Skip to content
Lyric
Dive
Public playlists
My playlists
Search
Sign in
Budha Budhi
Akshaya Mohanty
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ବହି ଯାଉଥିଲା କୁସୁମୀ ନଈ
ନଈ କୂଳେ କୂଳେ ବନର ଛାଇ
(ବନର ଛାଇ ରେ, ବନର ଛାଇ)
ବୁଢ଼ା ବୁଢ଼ୀ ଥିଲେ ଘର ବସାଇ
ସାଇ ପଡ଼ିଶା ତ ନ ଥିଲେ କେହି
(ନ ଥିଲେ କେହି ରେ, ନ ଥିଲେ କେହି)
ବୁଢ଼ା ପାଇଁ ବୁଢ଼ୀ ରୂପସୀ ରାଇ
ବୁଢ଼ୀ କହେ ବୁଢ଼ା ମୋର କହ୍ନେଇ
ସେ ଭାବ ସ୍ନେହର ତୁଳନା ନାହିଁ
ଦଣ୍ଡେ ନ ଦେଖିଲେ ଦୁହେଁ ତ ବାଇ
ବୁଢ଼ା କହେ ଗଲା ମୋ ବୁଢ଼ୀ କାହିଁ
(ମୋ ବୁଢ଼ୀ କାହିଁ, ମୋ ବୁଢ଼ୀ କାହିଁ)
ବୁଢ଼ୀ କହେ ଆହା ମୋ ବୁଢ଼ା କାହିଁ
(ମୋ ବୁଢ଼ା କାହିଁ, ମୋ ବୁଢ଼ା କାହିଁ)
ଲୋକେ ଡାକୁଥିଲେ ବୁଢା କୁ ଟୁଆଁ, ତ ବୁଢ଼ୀ କି ଡାକନ୍ତି ସଭିଏଁ ଟୁଇଁ
ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ପିଠା ଖାଇବାକୁ ମନ ବଳାଇ
ବୁଢ଼ା ଗଲା ହାଟେ ଚାଉଳ ପାଇଁ
(ଚାଉଳ ପାଇଁ ରେ, ଚାଉଳ ପାଇଁ)
ବିରି ପାଇଁ ବୁଢ଼ୀ ବୁଲିଲା ସାଇ
ଦୁହେଁ ବସିଗଲେ ପିଠା ବନାଇ
(ପିଠା ବନାଇ ରେ, ପିଠା ବନାଇ)
ପିଠଉ ସଇଲା ତିନୋଟି ହୋଇ
ବୁଢ଼ା କହେ ପିଠା ଯୋଡେ ମୋ ପାଇଁ
ବୁଢ଼ୀ କହେ ତାହା ହବ ତ ନାହିଁ
ବଟାବଟି ସବୁ କରିଛି ମୁହିଁ
ବୁଢ଼ା କହେ ପିଠା ହେଲା ମୋ ପାଇଁ
(ହେଲା ମୋ ପାଇଁ, ହେଲା ମୋ ପାଇଁ)
ଦି ଟା କେମିତି ଦବୁ ତୁ ଖାଇ
(ଦବୁ ତୁ ଖାଇ, ଦବୁ ତୁ ଖାଇ)
ବେଳ କୁ ବେଳ ସେ କଜିଆ ବଢିଲା, ପିଠା ଖିଆ କଥା ଛିଣ୍ଡିଲା ନାହିଁ
ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ଶେଷ କୁ ଉପାୟ ଖୋଜିଲେ ଯାଇ
ଦୁହେଁ ବସିଗଲେ ଚୁପ ହୋଇ
(ଚୁପ ହୋଇ ରେ, ଚୁପ ହୋଇ)
ଆଗ ଯିଏ ଦବ ପାଟି ଫିଟେଇ
ଗୋଟିଏ ଚକୁଳି ତାହାରି ପାଇଁ
(ତାହାରି ପାଇଁ ରେ, ତାହାରି ପାଇଁ)
ବସୁ ବସୁ ଦୁହେଁ ପଡ଼ିଲେ ସୋଇ
ପିଠା ଥାଳି ମୁଣ୍ଡ ପାଖରେ ଥୋଇ
ତିନିଦିନ ରାତି ଦେଲେ ବିତାଇ
କେହି କାହାରିକୁ କଥା ନ କହି
ଚାହିଁ ଥିଲା କଳା ଭୁଆଁ ବିଲେଇ
(ଭୁଆଁ ବିଲେଇ, ଭୁଆଁ ବିଲେଇ)
ଚକୁଳି ତକ ସେ ଦେଲା ସେ ଖାଇ
(ଦେଲା ସେ ଖାଇ, ଦେଲା ସେ ଖାଇ)
ତିନିଦିନ ପରେ ଗାଆଁ ଲୋକ ଆସି, କବାଟ କୁ ତାଡ଼ି ଦେଲେ ଫିଟାଇ
ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ଦେଖିଲେ ଯେ ବୁଢ଼ାବୁଢ଼ୀ ଙ୍କୁ ଚାହିଁ
ଭାବିଲେ ତାଙ୍କର ଜୀବନ ନାହିଁ
(ଜୀବନ ନାହିଁ ରେ, ଜୀବନ ନାହିଁ)
ତହୁଁ ଗାଆଁ ବାଲା ବନ୍ଧି ପକେଇ
ଶ୍ମଶାନ ଘାଟ କୁ ନେଲେ ଯେ ବୋହି
(ନେଲେ ଯେ ବୋହି ରେ, ନେଲେ ଯେ ବୋହି)
ଏକାଠି ଲଗାଇ ଦୁଇଟି ଜୁଇ
ଆଗ ସେ ବୁଢ଼ୀ କି ଥୋଇଲେ ନେଇ
ନିଆଁ ଧାସରେ ସେ ବୁଢ଼ୀ କୁନ୍ଥେଇ
ଉଠିଲା ଯେ ଭିଡ଼ି ମୋଡ଼ି ତ ହୋଇ
ବୁଢ଼ା ଏ ଘଟଣା ଦେଖି ପକାଇ
(ଦେଖି ପକାଇ, ଦେଖି ପକାଇ)
କୋକେଇ ଭିତରୁ ଉଠେ ଚିଲେଇ
(ଉଠେ ଚିଲେଇ, ଉଠେ ଚିଲେଇ)
କି ଲୋ ବୁଢ଼ୀ ତୁ କୁନ୍ଥେଇଲୁ ଆଗେ, ତୋର ଗୋଟିଏ ମୋର ଦୁଇ
ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଆହା ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଟୁଆଁଟୁଇଁ, ଆହା ଟୁଆଁଟୁଇଁ)
ଟୁଆଁଟୁଇଁ, ଆହା ଟୁଆଁଟୁଇଁ (ଟୁଆଁଟୁଇଁ, ଆହା ଟୁଆଁଟୁଇଁ)