Skip to content
Lyric
Dive
Public playlists
My playlists
Search
Sign in
Nijhum Ratir Sahara
Krishna
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ହୁଁମ୍, ନିଝୁମ ରାତିର ସହରରେ
ନିଝୁମ ରାତିର ସହରରେ, ହୃଦୟର ଶୂନ୍ୟପଥରେ
ହାଁ, ନିଝୁମ ରାତିର ସହରରେ, ହୃଦୟର ଶୂନ୍ୟପଥରେ
ସ୍ମୃତି ମୋର ଆଜି, ନୂଆବୋହୁ ସାଜି
ସ୍ମୃତି ମୋର ଆଜି, ନୂଆବୋହୁ ସାଜି
ନଇଁ-ନଇଁ ଆସେ ଜହ୍ନ ପାଲିଙ୍କିରେ
ହୁଁମ୍, ନିଝୁମ ରାତିର ସହରରେ, ହୃଦୟର ଶୂନ୍ୟପଥରେ
ହୃଦୟର ଶୂନ୍ୟପଥରେ
ସେ ଦିନ ବି ଥିଲା ପୁନେଇ-ରାତି
ସେ ଦିନ ବି ଥିଲା ପୁନେଇ-ରାତି
ଲୁଚି-ଲୁଚି ଆସିଥିଲ କେମିତି
କାଳେ କିଏ ଦେଖିଦବ ଆମକୁ
କାଳେ କିଏ ଦେଖିଦବ ଆମକୁ
ଥରୁଥିଲା ଆମ ଦୁହିଁଙ୍କ ଛାତି
ସେଇ ପୂର୍ଣିମା, ସେଇ ଚନ୍ଦ୍ରମା
ସେଇ ସାଗର, ସେଇ ଶାମୁକା
ସେଇ ପୂର୍ଣିମା, ସେଇ ଚନ୍ଦ୍ରମା
ସେଇ ସାଗର, ସେଇ ଶାମୁକା
ପଚାରେ ମୋତେ, ପଚାରେ ମୋତେ
କାଇଁ ମୁଁ ଏକା-ଏକା
ହୁଁମ୍, ନିଝୁମ ରାତିର ସହରରେ, ହୃଦୟର ଶୂନ୍ୟପଥରେ
ହୃଦୟର ଶୂନ୍ୟପଥରେ
ମନେ ପଡ଼େ ସେଇ ଶ୍ରାବଣ ରାତି
ମନେ ପଡ଼େ ସେଇ ଶ୍ରାବଣ ରାତି
ଆସିଥିଲ ବରଷାରେ ତିନ୍ତି-ତିନ୍ତି
ଗୋଟେ ଛତା ତଳେ ଥିଲୁ ଆମେ ରେ
ଗୋଟେ ଛତା ତଳେ ଥିଲୁ ଆମେ ରେ
ଭିଜୁଥିଲୁ ଅଧା-ଅଧା ବର୍ଷାରେ
ସେଇ ବରଷା, ସେଇ ପବନ
ସେଇ ଆଷାଢ଼, ସେଇ ଶ୍ରାବଣ
ସେଇ ବରଷା, ସେଇ ପବନ
ସେଇ ଆଷାଢ଼, ସେଇ ଶ୍ରାବଣ
ପଚାରେ ମୋତେ, ପଚାରେ ମୋତେ
କାଇଁ ମୁଁ ଏକା-ଏକା
ହୁଁ, ନିଝୁମ ରାତିର ସହରରେ, ହୃଦୟର ଶୂନ୍ୟପଥରେ
ହୃଦୟର ଶୂନ୍ୟପଥରେ
ହୁଁମ୍, ନିଝୁମ ରାତିର ସହରରେ, ହୃଦୟର ଶୂନ୍ୟପଥରେ
ସ୍ମୃତି ମୋର ଆଜି, ନୂଆବୋହୁ ସାଜି
ସ୍ମୃତି ମୋର ଆଜି, ନୂଆବୋହୁ ସାଜି
ନଇଁ-ନଇଁ ଆସେ ଜହ୍ନ ପାଲିଙ୍କିରେ
ହୁଁମ୍, ନିଝୁମ ରାତିର ସହରରେ, ହୃଦୟର ଶୂନ୍ୟପଥରେ
ହୃଦୟର ଶୂନ୍ୟପଥରେ
ହୃଦୟର ଶୂନ୍ୟପଥରେ
ହୃଦୟର ଶୂନ୍ୟପଥରେ