Skip to content
Lyric
Dive
Public playlists
My playlists
Search
Sign in
Jagannatha Kete Na
Bhikhari Bala
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଜଗନ୍ନାଥ, ଜଗନ୍ନାଥ
କେତେ ନ ଶୁଣିବ ଡାକ?
କେତେ ନ ଶୁଣିବ ଡାକ?
ଯେତେ ନ ଶୁଣିବ, ସେତେ ଡାକୁଥିବି
ଯେତେ ନ ଶୁଣିବ, ସେତେ ଡାକୁଥିବି
ପିଣ୍ଡେ ପ୍ରାଣ ଥିବା ଯାକ
କେତେ ନ ଶୁଣିବ ଡାକ, ଜଗନ୍ନାଥ?
ପାଦେ ଠେଲିଦେଲେ ଯାବୁଡ଼ି ଧରିବି ତୁମ ଶ୍ରୀ ରଙ୍ଗା ଚରଣ
ପାଦେ ଠେଲିଦେଲେ ଯାବୁଡ଼ି ଧରିବି ତୁମ ଶ୍ରୀ ରଙ୍ଗା ଚରଣ
ଯେତେ ଦୂରେଇବ ସେତେ ପାଖେଇବି ସେ କଥା ତ ତୁମେ ଜାଣ
ଅନ୍ତର କରିବ ଯେତେ, ଅନ୍ତରେ ଥାପିବି ସେତେ
ଅନ୍ତର କରିବ ଯେତେ, ଅନ୍ତରେ ଥାପିବି ସେତେ
କାହିଁକି ତେବେ ପରଖ, ଜଗନ୍ନାଥ?
କେତେ ନ ଶୁଣିବ ଡାକ, ଜଗନ୍ନାଥ?
ଚକାଆଖି ଥାଇ ମୋ ଦୁଇ ଆଖିର ଲୁହ ନ ସୁଖିଲା ଯେବେ
ଚକାଆଖି ଥାଇ ମୋ ଦୁଇ ଆଖିର ଲୁହ ନ ସୁଖିଲା ଯେବେ
ପତିତ ପାବନ ବାନା କାହାପାଇଁ? ପତିତ ମୁଁ ଜଣେ ଭାବେ
ଅନାଥ କରିବ ଯେତେ, ନାଥ ମୁଁ ଡାକିବି ସେତେ
ଅନାଥ କରିବ ଯେତେ, ନାଥ ମୁଁ ଡାକିବି ସେତେ
କହୁଛି ଚାହିଁ ଶ୍ରୀମୁଖ
ଜଗନ୍ନାଥ, ଜଗନ୍ନାଥ
କେତେ ନ ଶୁଣିବ ଡାକ?
କେତେ ନ ଶୁଣିବ ଡାକ?
ଯେତେ ନ ଶୁଣିବ, ସେତେ ଡାକୁଥିବି
ଯେତେ ନ ଶୁଣିବ, ସେତେ ଡାକୁଥିବି
ପିଣ୍ଡେ ପ୍ରାଣ ଥିବା ଯାକ
କେତେ ନ ଶୁଣିବ ଡାକ?
କେତେ ନ ଶୁଣିବ ଡାକ, ଜଗନ୍ନାଥ?