Skip to content

Pal Pal Tate Chahen

Swayam Padhi
Popularity · Low

Listen

YouTube

0:00 / 0:00
Loading YouTube player...
Lyrics offset
Synced

Lyrics

ଛାତିରେ ନିଃଶ୍ୱାସ ଚାଲେ ଯେତିକି ଥର ଆଖିରେ ପଲକ ପଡେ ଯେତିକି ଥର ଛାତିରେ ନିଃଶ୍ୱାସ ଚାଲେ ଯେତିକି ଥର ଆଖିରେ ପଲକ ପଡେ ଯେତିକି ଥର ଓଠ ମୋର ସେତେ ଥର ଖୋଜେ କାଇଁ ନାଆଁ ତୋର? ହୋ, ପଚାରିଲେ ଏଇ ମନ କହେ पल-पल ତତେ ଚାହେଁ ଓ, पल-पल ତତେ ଚାହେଁ पल-पल ତତେ ଚାହେଁ ଓ, पल-पल ତତେ ଚାହେଁ ହଁ, ତୋର ମୋର ଏ କେମିତି ସମ୍ପର୍କର ଆରମ୍ଭ? ମନକଥା କହିବାକୁ ଓଠ ରହେ ନୀରବ ହୋ, ତୋର ସେଇ ନିରବତା ମତେ କହି ସାରିଛି ତୋ ଲାଜ ମୋ ପାଇଁକି ପ୍ରେମ ହେଇ ଝରୁଛି ପ୍ରେମରେ ଭାବନା ଥାଏ ଯେତିକି ଥର ଭାବନାରେ ମନ ହଜେ ଯେତିକି ଥର ଇଛା ହୁଏ ସେତେଥର ଗପିବାକୁ ସାଥି ତୋର ହୋ, ପଚାରିଲେ ହୃଦୟ ମୋ କହେ पल-पल ତତେ ଚାହେଁ ଓ, पल-पल ତତେ ଚାହେଁ पल-पल ତତେ ଚାହେଁ ଓ, पल-पल ତତେ ଚାହେଁ ଜାଣେନା ମୁଁ କଉଠୁ ଏ ପ୍ରେମପକ୍ଷୀ ଆଇଲା କେବେଠାରୁ ତୋ ମନରେ ମନ ମୋର ରହିଲା ହଁ, ଯେବେଠାରୁ ବୟସକୁ ପ୍ରେମ ଋତୁ ଛୁଇଁଲା ମିଠା-ମିଠା ତୋ ସ୍ବପ୍ନରେ ରାତି ମୋର ପାହିଲା ରାତିରେ ମୋ ନିଦ ଭାଙ୍ଗେ ଯେତିକି ଥର ସ୍ପନ୍ଦନ ମୋ ଖୋଜେ ତତେ ଯେତିକି ଥର ବଳକା ଜୀବନ ମୋର ତୋ ସାଥିରେ ସେତେଥର ହଁ, ଜିଇଁବାକୁ ମରିବାକୁ ଚାହେଁ पल-पल ତତେ ଚାହେଁ ଓ, पल-पल ତତେ ଚାହେଁ पल-पल ତତେ ଚାହେଁ ଓ, पल-पल ତତେ ଚାହେଁ