Skip to content

Jebe Nabaghana

Bhubaneswari Mishra, Balakrushna Das
Popularity · Low

YouTube

Searching YouTube...

Lyrics

ଯେବେ ନବଘନ ଶ୍ୟାମ ବଂଶୀସ୍ୱନ ନିଶୀଥରେ ଥରେ ଶୁଣାଯିବ ସଖୀ ସୁଖେ ବନେ ମୋଦମୟ ମନେ ବିହରିବୁ ତୋର ଉଣା ଯିବ । ଘୋଷା । ପ୍ରସରିବ ମତ୍ତ ମିଳିନ୍ଦ ସଙ୍ଗୀତ କଳପିକ ରୁତ ମଳୟ ମରୁତ ଚରାଚର ଲୋକ ଧରାରେ ପୁଲକ ପରାନନ୍ଦ ବୀଜ ବୁଣାଯିବ । ୧ । କଳିନ୍ଦଜା କୂଳ ବିପିନ ବକୁଳ ମଞ୍ଜୁଳ ମଞ୍ଜରୀ ନିଳୟ ବଳୟେ ସୁରଭି ସୁଷମ ବିବିଧ କୁସୁମ -ମୟ ଚନ୍ଦ୍ରାତପ ଟଣାଯିବ । ୨ । ଆମ୍ଭେମାନେ ଘେରିଥିବୁ ପରିଚାରୀ ଜନ ପରି ଚାରି ପାରୁଶରେ ଘେରି ଲକୁଚ କୁଚାରେ ନୃପ ଉପଚାରେ ଏ ପଦ ପହଣ୍ଡ ମଣାଯିବ । ୩ । ହେବ ସ୍ମର ବଳ ଜନ୍ୟ ମହୋଜ୍ଜ୍ୱଳ ଶୃଙ୍ଗାର ମଙ୍ଗଳମୟ ବନସ୍ଥଳ କଳାବତୀ କୁଳବ୍ରତ ତରୁ ମୂଳ ଜଟାତଟୀଠାରୁ ହଣାଯିବ । ୪ । କିଶୋର ଅରୁଣ ପଙ୍କଜ ଚରଣ ସ୍ତନେ ଲଗାଇବା ତା ତୁଲେ ଗାଇବା ବ୍ରଜ ବରାରୋହା ସମୁଦୟ ମହା ଧନ୍ୟ ମୂର୍ଦ୍ଧନ୍ୟରେ ଗଣାଯିବ । ୫ । ଅଷ୍ଟଦୁର୍ଗପତି କହେ ଗୋ ସୁଦତି ଦୁଇ ହୃଦ ସ୍ନେହ ପୀୟୂଷ ପ୍ରବାହ ବଇଶାଖ ରାକା ରଜନୀରେ ଏକା ଛଣାଗଲା ପରି ଜଣାଯିବ । ୬ ।