Skip to content

Mana Parare

Bhikari Bala
Popularity · Low

YouTube

Searching YouTube...

Lyrics

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି କି ପାରା ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି... ଏଠି ଘୁମୁରିଲେ କି ଲାଭ ପାଇବୁ ରେ ଗଲାଣି ତୋ ପର ଝଡ଼ି ମନ ପାରା ରେ. ଶ୍ରୀକ୍ଷେତ୍ରେ ରେ. ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ମନୁଆ କାଳିଆ ମନ ମାରିଦେଇ... ମନୁଆ କାଳିଆ ମନ ମାରିଦେଇ... ମଉନେ ବସିଛି ସେଠି, ମନ କଥାତୁହଁ କହିବୁ ବୁଝେଇ... ମନ କଥାତୁହଁ କହିବୁ ବୁଝେଇ... ମନ ରଖିଥିବୁ ତା ଆଖି ରେ ମନ ରଖିଥିବୁ ତା ଆଖି ତୋହ ପ୍ରତି ଯେବେ ହେବେ ନିରୀଦୟ ତୋହ ପ୍ରତି ଯେବେ ହେବେ ନିରୀଦୟ ନ ଯିବୁ ସେଠାବ ଛାଡ଼ି ମନ ପାରା ରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ତୁ ଯିବୁ ଉଡ଼ି ଉଡ଼ି କି ପାରା ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ନରେନ୍ଦ୍ରେ ସ୍ନାହାନ କରିବୁରେ ପାରା... ନରେନ୍ଦ୍ରେ ସ୍ନାହାନ କରିବୁରେ ପାରା... ସମୁଦ୍ରରେ ଦେବୁ ବୁଡ଼, ଆନନ୍ଦ ବଜାରେ ବୁଲିଣ ମଜାରେ... ଆନନ୍ଦ ବଜାରେ ବୁଲିଣ ମଜାରେ... ଖାଉଥିବୁ ବେତ ମାଡ଼ ରେ ଖାଉଥିବୁ ବେତ ମାଡ଼ ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ ରେ ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ ଭକ୍ତମୁଖୁ ଥିବ ପଡ଼ି ମନପାରା ରେ ଶ୍ରୀକ୍ଷେତେ ଯିବୁ ଉଡ଼ି ଉଡ଼ି... ମନପାରା ରେ ଶ୍ରୀକ୍ଷେତେ ଯିବୁ ଉଡ଼ି ଉଡ଼ି ତୋତେ ସେହି ଯେବେ କଥା ନ କହିବେ ତୋତେ ସେହି ଯେବେ କଥା ନ କହିବେ ମୋରବେଲ ତୁ କରିବୁ, ବଡ଼ ଦେଉଳର ମୁଖ ଶାଳାପରେ... ବଡ଼ ଦେଉଳର ମୁଖ ଶାଳାପରେ... ମଉନେ ଘୁମୁରୁଥିବୁ ରେ ମଉନେ ଘୁମୁରୁଥିବୁ ଜୀବ ଯିବାବେଳେ ବାଇଶି ପାହାଚେ ଜୀବ ଯିବାବେଳେ ବାଇଶି ପାହାଚେ ଡେଣାଯୋଡ଼ି ଯିବୁ ଗଡ଼ି ମନ ପାରାରେ... ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ଉଡ଼ି ଯିବୁ ଉଡ଼ି ଉଡ଼ି କି, ପାରା ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ଏ ମାୟା ସଂସାର କେହି ନୁହେଁ କାର ଏ ମାୟା ସଂସାର କେହି ନୁହେଁ କାର ମନରେ... ଏ ମାୟା ସଂସାର କେହି ନୁହେଁ କାର ମିଛେ ହୁଅନାରେ ବାଇ... ଲୀଳା ଯାକ ଦେଖି ବାଇଶି ପାହାଚେ ଲୀଳା ଯାକ ଦେଖି ବାଇଶି ପାହାଚେ ମରିବା ଭାଗ୍ୟ ଅଟଇ... ରେ ମରିବା ଭାଗ୍ୟ ଅଟଇ ତୋ ମଡ଼ା କାଡ଼ିରେ ଶ୍ରୀବିଷ୍ଣୁ ଭକତେ... ତୋ ମଡ଼ା କାଡ଼ିରେ ଶ୍ରୀବିଷ୍ଣୁ ଭକତେ ଏ ସୁଯୋଗ ମତେ ଛାଡ଼ି, ମନ ପାରା ରେ ଶ୍ରୀକ୍ଷେତେ ଯିବୁ ଉଡ଼ି ଉଡ଼ି ମନ ପାରା ରେ ଶ୍ରୀକ୍ଷେତେ ଯିବୁ ଉଡ଼ି ଉଡ଼ି ଏଠି ଘୁମୁରିଲେ କି ଲାଭ ପାଇବୁ ରେ ଏଠି ଘୁମୁରିଲେ କି ଲାଭ ପାଇବୁ ଗଲାଣି ତୋ ପର ଝଡ଼ି ମନ ପାରା ରେ. ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ତୁ ଯିବୁ ଉଡ଼ି ଉଡ଼ି କି ପାରା ମନପାରା ରେ, ଶ୍ରୀକ୍ଷେତେ ଯିବୁ ଉଡ଼ି ଉଡ଼ି ତୁ ଯିବୁ ଉଡ଼ି ଉଡ଼ି ତୁ ଯିବୁ ଉଡ଼ି ଉଡ଼ି ତୁ ଯିବୁ ଉଡ଼ି ଉଡ଼ି ଉଡ଼ି ଉଡ଼ି