Skip to content

Dekha Aakasha Pindhichi

Kumar Bapi, Papu Mishra,
Popularity · Low

YouTube

Searching YouTube...

Lyrics

ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ ସୁରଜ କିରଣ ଏଠି ବନ ହରିଣୀ ମୁରୁଜ ପକେଇ କହେ ଝରଣା ପାଣି ସୁରଜ କିରଣ ଏଠି ବନ ହରିଣୀ ମୁରୁଜ ପକେଇ କହେ ଝରଣା ପାଣି ଏଇ ପାଣିରେ ଲେଖିଯା ତୋ କାହାଣୀ ଏଇ ପାଣିରେ ଲେଖିଯା ତୋ କାହାଣୀ (ସିନ୍ଧ କଢିରେ କେନେ ଗଲୁ ମତେ ଇନୁ ଛାଡ଼ି ରେ?) (ସିନ୍ଧ କଢିରେ କେନେ ଗଲୁ ମତେ ଇନୁ ଛାଡ଼ି ରେ?) ନାଚୁଚି ପବନ, ନାଚୁଚି ମୋ ମନ ନାଚି-ନାଚି କହେ ଅରଣ୍ୟ ହଜିଲେ ପାଇବୁ, ପାଇଲେ ହଜିବୁ ମୋ ପାଖେ ଅଛି ତୋ ଜୀବନ ନାଚୁଚି ପବନ, ନାଚୁଚି ମୋ ମନ ନାଚି-ନାଚି କହେ ଅରଣ୍ୟ ହଜିଲେ ପାଇବୁ, ପାଇଲେ ହଜିବୁ ମୋ ପାଖେ ଅଛି ତୋ ଜୀବନ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଧରଣୀ ଲାଜେ-ଲାଜେ ଦିଏ ତାର ବାଙ୍କ ଚାହାଣୀ ସେଇ ଚାହାଣୀରେ ଅଛି ମୋ କାହାଣୀ ସେଇ ଚାହାଣୀରେ ଅଛି ମୋ କାହାଣୀ ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି ସତ ସାଙ୍ଗେ ଏଠି ସପନ ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି ରାତିକୁ ତ ଦିଏ ଚୁମ୍ବନ ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି ସତ ସାଙ୍ଗେ ଏଠି ସପନ ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି ରାତିକୁ ତ ଦିଏ ଚୁମ୍ବନ ଗଛର ଗଭାରେ ଲତା ପକେଇ ବେଣୀ ଝୁଲୁଥାଏ ସତେକି ସେ ରାଜ ଦୁଲଣୀ ସେଇ ଦୁଲଣୀ ପାଖରେ ମୋ କାହାଣୀ ସେଇ ଦୁଲଣୀ ପାଖରେ ମୋ କାହାଣୀ ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ ସୁରଜ କିରଣ ଏଠି ବନ ହରିଣୀ ମୁରୁଜ ପକେଇ କହେ ଝରଣା ପାଣି ସୁରଜ କିରଣ ଏଠି ବନ ହରିଣୀ ମୁରୁଜ ପକେଇ କହେ ଝରଣା ପାଣି ଏଇ ପାଣିରେ ଲେଖିଯା ତୋ କାହାଣୀ ଏଇ ପାଣିରେ ଲେଖିଯା ତୋ କାହାଣୀ