Skip to content
Lyric
Dive
Public playlists
My playlists
Search
Sign in
Dinabandhu Daitari
Bhikari Bal
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଦୀନବନ୍ଧୁ ଦଇତାରୀ, ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ, ଦୁଃଖ ନଗଲା ମୋହରି
ହେଲ କି ନିଷ୍ଠୁର ଚିତ୍ତ?
ହେଲ କି ନିଷ୍ଠୁର ଚିତ୍ତ? ନୀଳାଚଳେ ବିଜେ କରି
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...
ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ
ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ
ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...
ବଳବନ୍ତ ପ୍ରଭୁ ବୋଲି ବଳେ ମୁଁ ଯେ ଆଶ୍ରା କଲି
ବଳବନ୍ତ ପ୍ରଭୁ ବୋଲି ବଳେ ମୁଁ ଯେ ଆଶ୍ରା କଲି
ଦେଖୁ-ଦେଖୁ ଭାସିଗଲି
ଦେଖୁ-ଦେଖୁ ଭାସିଗଲି, କେ ଏଥୁ କରିବ ପାରି?
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...
ରଖ ବା ନ ରଖ ମୋତେ, ଶରଣ ତୋ ପାଦଗତେ
ରଖ ବା ନ ରଖ ମୋତେ, ଶରଣ ତୋ ପାଦଗତେ
କହେ ବନମାଳୀ ଗୀତେ
କହେ ବନମାଳୀ ଗୀତେ, ବସିଅଛି ଧ୍ୟାନ କରି
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ହେଲ କି ନିଷ୍ଠୁର ଚିତ୍ତ? ନୀଳାଚଳେ ବିଜେ କରି
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ଦୀନବନ୍ଧୁ ଦଇତାରୀ...