Skip to content
Lyric
Dive
Public playlists
My playlists
Search
Sign in
Na Matira Kandhei
Nibedita, Sourin Bhatt, Prem Anand
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ନା ମାଟିର କଣ୍ଢେଇ
ନା କାଚର କଣ୍ଢେଇ
ନା କାଗଜ କଣ୍ଢେଇ
ନା ମହମ କଣ୍ଢେଇ
ନା ମାଟିର କଣ୍ଢେଇ
ନା କାଚର କଣ୍ଢେଇ
ନା କାଗଜ କଣ୍ଢେଇ
ନା ମହମ କଣ୍ଢେଇ
କଣ୍ଢେଇ ମୁଁ ସତ-ସତିକା
ମନ କିଣିନେବ ଯିଏ ମୁଁ ତା ପାଇଁକା
ହଁ, ମନ କିଣିନେବ ଯିଏ ମୁଁ ତା ପାଇଁକା
ନା ରଜାର ପୁଅ ମୁଁ
ନା ସାଧବ ପୁଅ ମୁଁ
କିଣିବି କେମିତି ଗରିବ ପୁଅ ମୁଁ?
ବାମନ ମୁଁ ତମ ପାଇଁକା
ଦୂର ଆକାଶର ଜହ୍ନ ତମେ ମୋ ପାଇଁକା
ହଁ, ମନ କିଣିନେବ ଯିଏ ମୁଁ ତା ପାଇଁକା
ତେର ନଇଁ ଡେଇଁ, ଦରିଆ ସେପାରି
ଶଙ୍ଖା, ଶାମୁକାର ଦ୍ୱୀପ
ଅଜଗର ଚିରି କିଏ ଆଣିଦବ?
ଆଇନା-କୁହୁକ-ସିପ
ଅଜଗର ମାରି, ଆଇନାକୁ ଧରି
ଆସିବି ବାହାରି ଦରିଆ ପହଁରି
ଢେଇ ସାଥେ ନାଚି-ନାଚିକା
ଡ଼ର ନାହିଁ ମରିବାକୁ ତମ ପାଇଁକା
ହଁ, ମନ କିଣିନେବ ଯିଏ ମୁଁ ତା ପାଇଁକା
ଅଳପ ବୁଦ୍ଧିରେ ଯେତିକି ବୁଝିଚି
ତମେ ରଜାଘର ଝିଅ
କି ଅବା ଅଭାବ ପୂରଣ କରିବ?
ମାମୁଲି ଗୁଡ଼ିଆ ପୁଅ
କି ରାଜା କି ପ୍ରଜା
ଧନୀ କି ଗରିବ
ସବୁରି କିଛିତ ଥାଏଯେ ଅଭାବ
ଖୋଜୁଛି ମୁଁ ତମ ପରିକା
ପାଖେ ପାଖେ ଥିବ ମୋର ଛାଇ ପରିକା
ହାଁ, ଜୀବନ ଲଢ଼େଇ ଦେବି ମୁଁ ତମ ପାଇଁକା
ହଁ, ମନ କିଣିଦେଲ ମୋର, ମୁଁ ତମ ପାଇଁକା