Skip to content
Lyric
Dive
Public playlists
My playlists
Search
Sign in
He Bandhu Bidaya
Kumar Bapi
Popularity · Low
+
🇮🇳 Hindi · Original
0
0
YouTube
Searching YouTube...
Lyrics
Original
Translation
Bilingual
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଛି
ଯାହା ଦୁଃଖ ଦେଲ ସାଥିରେ ନଉଛି
ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଛି
ଯାହା ଦୁଃଖ ଦେଲ ସାଥିରେ ନଉଛି
ସ୍ଵର୍ଗଦ୍ୱାରେ ହବ ଦାହ
ସିଂହଦ୍ୱାରୁ ଘେନ ମୋ ଶେଷ ପ୍ରଣାମ
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ବାଟ ଚାଲୁ-ଚାଲୁ ସରିଗଲା କେବେ
ପାରିଲିନି ଟିକେ ଜାଣି
କହିବାକୁ ଥିଲା କେତେ କଥା ପ୍ରଭୁ
ବାକି ରହିଗଲା ପୁଣି
ତମ କଥା ବନ୍ଧୁ ମନେ ପଡ଼ିଗଲା
ଜୀବନଟା ଯାଉ-ଯାଉ
କିଏ ଜାଣେ କେବେ ପୁଣି ଦେଖାହବ
କଉ ଜନମରେ ଆଉ
କଥା ଥିଲା ତମ ପାଖୁ ନେଇଯିବ
ଏ ଭବ ସାଗରୁ ପାରି କରିଦବ
ସରିଗଲା ମୋ ସମୟ
ଏ ଘନ କାଳରେ କାହିଁ ଗଲ ବନ୍ଧୁ?
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ତମ ସାଥେ ବନ୍ଧୁ, କରିଥିଲି ଭାବ
ଶେଷ ଦରଶନ ପାଇଁ
ଇଛା ଥିଲା ବନ୍ଧୁ ତମ ହାତ ଧରି
ବଇକୁଣ୍ଠ ଯିବା ପାଇଁ
ସ୍ଵର୍ଗଦ୍ଵାର ଯାଏଁ ବାଟ ମୁଁ ଦେଖିଛି
ଯାଇ ନାହିଁ ତା ଆଗକୁ
ଯାଉ-ଯାଉ ଦେଖେ କୁଆଡେ ଯାଉଛି
ସରଗକୁ ନା ନର୍କକୁ
ଗଲା ଜନମର କରମ ଯୋଡ଼ିବ
ଏଇ ଜନମର କରମ ଫେଡ଼ିବ
ନିକିତିରେ ତଉଲିବ
ଉଣା ହେଲେ କିଛି ଯୋଡ଼ିଦବ ବନ୍ଧୁ
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ହେ ବନ୍ଧୁ, ହେ ବନ୍ଧୁ
ବିଦାୟ
ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଛି
ଯାହା ଦୁଃଖ ଦେଲ ସାଥିରେ ନଉଛି
ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଛି
ଯାହା ଦୁଃଖ ଦେଲ ସାଥିରେ ନଉଛି
ସ୍ଵର୍ଗଦ୍ୱାରେ ହବ ଦାହ
ସିଂହଦ୍ୱାରୁ ଘେନ ମୋ ଶେଷ ପ୍ରଣାମ
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ