Skip to content
Lyric
Dive
Public playlists
My playlists
Search
Sign in
Mate Chandana Panire
Namita Agarwal
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ମତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
ମତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
ମତେ ତୁଳସୀ ମାଳିରେ ସଜେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୋର ଦେହରେ ଶ୍ରୀଗୀତ, ଗୋବିନ୍ଦ ଲେଖି
ମୋର ହାତେ ଘିଅ, ଦୀପ, ଦିଅ ଲୋ ରଖି
ଆଜି କାଳିଆର ଡୋରି ଲାଗିଛି, ଲାଗିଛି, ଲାଗିଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
କାନିରେ ମୋ ବାନ୍ଧିଦିଅ ଗୋଟା ନଡ଼ିଆ
ବିଡିଆ ପାନରେ ଦେଇ ଚନ୍ଦନ ଚୁଆ
ଗୁନ୍ଥିିଦିଅ ସାତ ସରି ବଉଳ ମାଳ
ପାଟ, ପିତାମ୍ବରୀ ସଙ୍ଗେ ମୟୂର ଚୂଳ
କାନିରେ ମୋ ବାନ୍ଧିଦିଅ ଗୋଟା ନଡ଼ିଆ
ବିଡିଆ ପାନରେ ଦେଇ ଚନ୍ଦନ ଚୁଆ
ଗୁନ୍ଥିିଦିଅ ସାତ ସରି ବଉଳ ମାଳ
ପାଟ, ପିତାମ୍ବରୀ ସଙ୍ଗେ ମୟୂର ଚୂଳ
ଗୋଟା ତୁଳସୀ ପତରେ, ଗୁହାରୀ ଲେଖି
ମୋର ଦୁଃଖ ପସରାରେ, ଦିଅ ଲୋ ରଖି
ସେ ତ ଦୁଃଖ ନେଇ ସୁଖ ଦଉଛି, ଦଉଛି, ଦଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
ବାଟକୁ ସାହା ଭରଷା ବାଟ ମଙ୍ଗଳା
ବଡ଼ପଣ୍ଡା ଡ଼ାକିନେବ ନ କରି ହେଳା
ରାଜା ସିନା ଆସିବନି ରଙ୍କୁଣି ଘର
ହେଲେ ମୋ ପାଇଁ ଖୋଲା ସିଂହ ଦୁଆର
ବାଟକୁ ସାହା ଭରଷା ବାଟ ମଙ୍ଗଳା
ବଡ଼ପଣ୍ଡା ଡ଼ାକିନେବ ନ କରି ହେଳା
ରାଜା ସିନା ଆସିବନି ରଙ୍କୁଣି ଘର
ହେଲେ ମୋ ପାଇଁ ଖୋଲା ସିଂହ ଦୁଆର
ମୁଁ ସୁନା, ରୂପା କିଛି ମାଗିବି ନାହିଁ
କାଳେ ଦେଲେ-ନେଲେ ଭାବ, ରହିବ ନାହିଁ
ତାର ଭାବରେ ମୁଁ ବନ୍ଧା ପଡ଼ିଛି, ପଡ଼ିଛି, ପଡ଼ିଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
ମତେ ତୁଳସୀ ମାଳିରେ ସଜେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୋର ଦେହରେ ଶ୍ରୀଗୀତ, ଗୋବିନ୍ଦ ଲେଖି
ମୋର ହାତେ ଘିଅ, ଦୀପ, ଦିଅଲୋ ରଖି
ଆଜି କାଳିଆର ଡୋରି ଲାଗିଛି, ଲାଗିଛି, ଲାଗିଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି