Skip to content
Lyric
Dive
Public playlists
My playlists
Search
Sign in
Siri Mandira
Anup Jalota
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଶ୍ରୀମନ୍ଦିରେ ଠାକୁର ତିନଟି
ଭାଇ, ଭଉଣୀ ରହନ୍ତି ଏକାଠି
ଶ୍ରୀମନ୍ଦିରେ ଠାକୁର ତିନଟି
ଭାଇ, ଭଉଣୀ ରହନ୍ତି ଏକାଠି
ଚକାଆଖିଟି ପତା ନାଇଁଟି
ଟିକିନିକି ସେ ଦେଖୁଥାଏ ଟି
ସାନ ଭଉଣୀ ସୁନା ମୁହିଁଟି
ଭାଇ ଭଉଣୀ ରହନ୍ତି ଏକାଠି
ଶ୍ରୀମନ୍ଦିରେ ଠାକୁର ତିନଟି
ଭାଇ, ଭଉଣୀ ରହନ୍ତି ଏକାଠି
ଚକା-ଚକା ଆଖି ଠ ଭଳିଆ
ତ୍ରିଭଙ୍ଗି ଚାହାଣି କରେ ବାଇଆ
ଚକା-ଚକା ଆଖି ଠ ଭଳିଆ
ତ୍ରିଭଙ୍ଗି ଚାହାଣି କରେ ବାଇଆ
ଭାବ ଡୋରେ ବାନ୍ଧି ନିଏ ସେ ଟାଣି ରେ
ଭାବ ଡୋରେ ବାନ୍ଧି ନିଏ ସେ ଟାଣି ରେ
ଭକତ ମନକୁ ନିଏ ସେ କିଣି
ଜଣେ ଫୁଲଟି ତ ଜଣେ ବାସଟି
କେଡେ ସୁନ୍ଦରେ ମନ ହରତି
ଶ୍ରୀମନ୍ଦିରେ ଠାକୁର ତିନଟି
ଭାଇ, ଭଉଣୀ ରହନ୍ତି ଏକାଠି
ମନ ମହନିଆ ଜଗତ ବନ୍ଧୁ
ପତିତ ପାବନ କରୁଣା ସିନ୍ଧୁ
ମନ ମହନିଆ ଜଗତ ବନ୍ଧୁ
ପତିତ ପାବନ କରୁଣା ସିନ୍ଧୁ
କନକମୁଖୀ ଯେ ଦି ଭାଇ ମଝିରେ
କନକମୁଖୀ ଯେ ଦି ଭାଇ ମଝିରେ
ପାଖ ଛାଡେ ନାହିଁ ରହେ ସାଥିରେ
ଜଣେ ବଳାଟି ତ ଜଣେ ସାନଟି
ମନଲୋଭାଟି କେଡେ ସଭାଟି
ଶ୍ରୀମନ୍ଦିରେ ଠାକୁର ତିନଟି
ଭାଇ, ଭଉଣୀ ରହନ୍ତି ଏକାଠି
ଚକାଆଖିଟି ପତା ନାଇଁଟି
ଟିକିନିକି ସେ ଦେଖୁଥାଏ ଟି
ସାନ ଭଉଣୀ ସୁନା ମୁହିଁଟି
ଭାଇ ଭଉଣୀ ରହନ୍ତି ଏକାଠି
ଶ୍ରୀମନ୍ଦିରେ ଠାକୁର ତିନଟି
ଭାଇ, ଭଉଣୀ ରହନ୍ତି ଏକାଠି
ଶ୍ରୀମନ୍ଦିରେ ଠାକୁର ତିନଟି
ହୋ, ଭାଇ, ଭଉଣୀ ରହନ୍ତି ଏକାଠି