Paban Kahinki
Tapu Mishra, Sarat Nayak
Popularity · Low
YouTube
Searching YouTube...
Lyrics
ପବନ କାହିଁକି ଆଜି ଚଗଲା ହୁଏ?
ଓଢ଼ଣୀକୁ କାହିଁକି ସେ ଉଡ଼େଇନିଏ?
ପବନ କାହିଁକି ଆଜି ଚଗଲା ହୁଏ?
ଓଢ଼ଣୀକୁ କାହିଁକି ସିଏ ଉଡ଼େଇନିଏ?
କେହି ତ କୁଆଡେ ନାହିଁ
ମୁଁ ଆନମନା କାହାପାଇଁ?
ସୁନାଝରା ସକାଳରେ, ସଜଫୁଲ ପାଖୁଡ଼ାରେ
ଟୋପି ଟୋପି କାକରରେ, ଟିକି ଟିକି ପତରରେ
ମନ କାଇଁ ହଜିଯାଏ?
ପ୍ରିୟାରେ, ପ୍ରିୟାରେ
ପ୍ରିୟାରେ, ପ୍ରିୟାରେ
ପ୍ରେମରେ ପଡ଼ିଲେ ବୋଧେ ଏମିତି ହୁଏ
ପ୍ରେମରେ ପଡ଼ିଲେ ବୋଧେ ଏମିତି ହୁଏ
ନାରେ-ନାନା, ନାରେ-ନାନା, ନାରେ-ନାନାନା
ନାରେ-ନାନା, ନାରେ-ନାନା, ନାରେ-ନାନାନା
ଓଢ଼ଣୀ ମୋ କହେ ଆଜି ହବ ସେ ଓଢ଼ଣା
ଲାଜ କହେ ହବ ମୋର ଆଖିର ଗହଣା
ଜାଣୁ ଜାଣୁ ହଜେଇଲି ମୋ ନିଜ ଠିକଣା
ସେ ଠିକଣା ଖୋଜୁଚି ମୁଁ ନଦୀରୁ ଝରଣା
ତୋଠରେ ଶିଉଳି ନାହିଁ
ମୋ ପାଦ ଆଜି ଖସେ କାଇଁ?
ଆନମନା ଭାବନାରେ, ଚୁନା ଚୁନା ସପନରେ
ଚିହ୍ନା ଚିହ୍ନା ଅଗଣାରେ, ଚିକିମିକି ଆଲୁଅରେ
ବାଟ କାଇଁ ଭୁଲିଯାଏ?
ପ୍ରିୟାରେ, ପ୍ରିୟାରେ
ପ୍ରିୟାରେ, ପ୍ରିୟାରେ
ପ୍ରେମରେ ପଡ଼ିଲେ ବୋଧେ ଏମିତି ହୁଏ
ପ୍ରେମରେ ପଡ଼ିଲେ ବୋଧେ ଏମିତି ହୁଏ
ନାରେ-ନାନା, ନାରେ-ନାନା, ନାରେ-ନାନାନା
ନାରେ-ନାନା, ନାରେ-ନାନା, ନାରେ-ନାନାନା
ନାରେ-ନାନା, ନାରେ-ନାନା, ନାରେ-ନାନାନା
ପବନରେ ଉଡ଼େ ଆଜି ଫଗୁଣ ଅବିର
ସେ ଅବିର ଲାଗେ ମୋତେ ସିନ୍ଦୁର ସିନ୍ଦୁର
ସତ ସତ ଲାଗେ ଆଜି ସପନର ଘର
ଲୁଚି ଲୁଚି ଆସି କିଏ ଖୋଲୁଚି ଦୁଆର?
ଦିନରେ ବି ଚେଇଁ ଚେଇଁ
ମୁଁ ସପନ ଦେଖୁଚି କାଇଁ?
ନୀଳ ନୀଳ ଆକାଶରେ, ମହମହ ବଉଳରେ
ଗୁଣୁ ଗୁଣୁ ଭଅଁରରେ, କୋଇଲିର ସୁରେ ସୁରେ
କିଏ ମୋତେ ଡ଼ାକିଯାଏ?
ପ୍ରିୟାରେ, ପ୍ରିୟାରେ
ପ୍ରିୟାରେ, ପ୍ରିୟାରେ
ପ୍ରେମରେ ପଡ଼ିଲେ ବୋଧେ ଏମିତି ହୁଏ
ପ୍ରେମରେ ପଡ଼ିଲେ ବୋଧେ ଏମିତି ହୁଏ
ନାରେ-ନାନା, ନାରେ-ନାନା, ନାରେ-ନାନାନା
ନାରେ-ନାନା, ନାରେ-ନାନା, ନାରେ-ନାନାନା
ନାରେ-ନାନା, ନାରେ-ନାନା, ନାରେ-ନାନାନା
ନାରେ-ନାନା, ନାରେ-ନାନା, ନାରେ-ନାନାନା