Sajani Sajani Kalachanda Prema
Ira Mohanty
Popularity · Low
YouTube
Searching YouTube...
Lyrics
ସଜନୀ, ସଜନୀ, ସଜନୀ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି
ମୁଁ ଯେ ପ୍ରେମମୟୀ ଚକୋରି, ମିଛେ ମଲିଣି ତାକୁ ଝୁରି
ମୁଁ ଯେ ପ୍ରେମମୟୀ ଚକୋରି, ମିଛେ ମଲିଣି ତାକୁ ଝୁରି
ଆକାଶର ଚାନ୍ଦ କି କେବେ ଧରାଦେଲାଣି? ହୋ
ସଜନୀ, ସଜନୀ, ସଜନୀ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି
ସାସା-ନିସାପା-ନିଶା, ନିଶା
ରେରେ-ସାରେ-ନିସା-ରେ, ସାରେ
ଗାଗା-ରେଗା-ସା-ରେଗା, ରେଗା
ପାରେଗାପାଧା-ସାନିଧା
ଚନ୍ଦନ ପାଣିରେ ତା ନାମ ଲେଖୁଛି
ତୁଳସୀ ପତରେ ଶ୍ରୀମୁଖ ଦେଖୁଛି
କଜଳ ଗାରରେ ତା ରୂପ ନାଚୁଛି
ସିନ୍ଥିିର ସିନ୍ଦୁରେ ସିଏ ଲୋ ହସୁଛି
ସଖୀ ଯୁଆଡେ ମୁଁ ଚାହୁଁଛି, ଜଗନ୍ନାଥମୟ ଦିଶୁଛି
ସଖୀ ଯୁଆଡେ ମୁଁ ଚାହୁଁଛି, ଜଗନ୍ନାଥମୟ ଦିଶୁଛି
ମୋ ଆଖିରୁ ନିଦ ଲୋ ସିଏ ନେଇଗଲାଣି, ହୋ
ସଜନୀ, ସଜନୀ, ସଜନୀ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି
ସାସା-ନିସାପା-ନିଶା, ନିଶା
ରେରେ-ସାରେ-ନିସା-ରେ, ସାରେ
ଗାଗା-ରେଗା-ସା-ରେଗା, ରେଗା
ପାରେଗାପାଧା-ସାନିଧା
ମୋହନ ବଇଁଶୀ ସାତସୁରେ ବନ୍ଧା
ସାତ ଗୋଟି ମୀରା, ସାତ ଗୋଟି ରାଧା
ଅଧାଗଢା ଦିଅଁ ଭାବ ତାର ଅଧା
ସେ କାହୁଁ ହୋଇବ ମୋ ପ୍ରେମରେ ଛନ୍ଦା?
ସିଏ ସାଗର ମୁଁ ଯେ ନଈ, ଯାଏ ତା ପାଇଁ ବୋହି-ବୋହି
ସିଏ ସାଗର ମୁଁ ଯେ ନଈ, ଯାଏ ତା ପାଇଁ ବୋହି-ବୋହି
ସଙ୍ଗମର ମୁହାଣ ଖୋଜି ଝୁରି ମଲିଣି, ହୋ
ସଜନୀ, ସଜନୀ, ସଜନୀ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ
କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି
ମୁଁ ଯେ ପ୍ରେମମୟୀ ଚକୋରି, ମିଛେ ମଲିଣି ତାକୁ ଝୁରି
ମୁଁ ଯେ ପ୍ରେମମୟୀ ଚକୋରି, ମିଛେ ମଲିଣି ତାକୁ ଝୁରି
ଆକାଶର ଚାନ୍ଦ କି କେବେ ଧରାଦେଲାଣି? ହୋ