Skip to content

Mu Khanti Odia Jhia (Title Song)

Popularity · Low

YouTube

Searching YouTube...

Lyrics

ଚେନ୍ନାଇ ଠାରୁ ଚାଇନା ଯାଏଁ ଯଉଠିବି ଯେତେ ଝିଅ ଦେଖ ଚେନ୍ନାଇ ଠାରୁ ଚାଇନା ଯାଏଁ ଯଉଠିବି ଯେତେ ଝିଅ ଦେଖ ମାଟି ଉପରେ ଝୋଟିଆ କିବା ଆମଠାରୁ ଆସି ଥରେ ଶିଖ ମୋତେ ଭଲଲାଗେ ମଲ୍ଲିଫୁଲ ଖସା ମୋର ପଖାଳ କଂସାରେ ଥାଏ ଆଶା ବାରମାସେ ତେର ଓଷା, ଭାରି ମିଠା ଆମ ଭାଷା ତାପରି ଆଉ କେହି ନୁହଁ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ସୁରୁଯ ଆସି ମୁରୁଯ ବୁଣେ ଆମ ଗାଁ ଆମ୍ବ ତୋଟାରେ କୋଇଲି ଡାକେ ମୋ ନାଁ ଧରି ତାରି ମିଠା ଗୀତରେ ସୁରୁଯ ଆସି ମୁରୁଯ ବୁଣେ ଆମ ଗାଁ ଆମ୍ବ ତୋଟାରେ କୋଇଲି ଡାକେ ମୋ ନାଁ ଧରି ତାରି ମିଠା ଗୀତରେ ମୁଁ ଗୀତା, ଭାଗବତ ପଢେ ନୀତି ମୁଁ ସଞ୍ଜ ହେଲେ ଜାଳେ ସଞ୍ଜବତୀ ଭଲଲାଗେ ରଜଦୋଳି, ରଙ୍ଗ ହୋଲି, ଦୀପାବଳି ପୁଚିକୁ ମୋ କେହି ସରିନୁହଁ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ଭାରି ସରଳ ମନ ଆମର କଅଁଳ ପଦୁଅଁ ପରି ଋଷିଲେ ଥରେ ଅଦିନ ମେଘ, ରାଗିଲେ ନଈବଢି ହୋ, ଭାରି ସରଳ ମନ ଆମର କଅଁଳ ପଦୁଅଁ ପରି ଋଷିଲେ ଥରେ ଅଦିନ ମେଘ, ରାଗିଲେ ନଈବଢି ଭାରି ଅଭିମାନି ଓଡ଼ିଆଣି ମନ କୁଆଁର ପୁନେଇ ରୂପା ଜହ୍ନ ଥରେ ଯଦି କରେ ପଣ ଭାଙ୍ଗଇ ସବୁରି ଟାଣ ପର ଦୁଃଖେ ଝରିଯାଏ ଲୁହ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ହଁ, ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁଁ ଖାଣ୍ଟି ଓଡ଼ିଆ ଝିଅ