Mo Jagabandhu Re
Popularity · Low
YouTube
Searching YouTube...
Lyrics
ତୁ ଜାଣୁ ମୋ ନାଁ ରେ
ମୁଁ ଜାଣେ ତୋ ନାଁ
ତତେ ଜଣା ମୋ ଗାଁ ରେ
ମତେ ଜଣା ତୋ ଗାଁ
ତୁ ପକ୍ଷୀ, ମୁଁ ପବନ
ତୁ ଆଖି, ମୁଁ ସପନ
ସେଇ ସପନରୁ ତତେ କାଢ଼ି ପାରିବିନି ମୁଁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଏ ଦେହର ଛାଇକି
କି ଭରସା କହ ରେ
ସେ ସକାଳେ ନିଜର
ନଥିବ ସଂଜରେ
ତୁ ମୋ ପାଇଁ ବିକଳ
ମୁଁ ତୋ ପାଇଁ ବିକଳ
ତୁ କଣ୍ଟାଟେ ମାଡ଼ିଲେ
ଏ ହୃଦୟ ଦି ଫାଳ
ତୁ କହିଲେ ଯାଆ ରେ
ମତେ ଶୁଭୁଛି ଆ'
ମୋ ହାତ ଧରି ଥା' ରେ
ମୋ ସାଥେ ଚାଲୁଥା
ମୁଁ ବାଟ, ତୁ ବାଟୋଇ
ତୁ ଫାସ, ମୁଁ ଚଢ଼େଇ
ତୋ ଫାସରେ ଏ ଜୀବନ ଛନ୍ଦି ଦେଇଛି ରେ ମୁଁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ତୁ ଏମିତି ବରଷା
ମୁଁ ଏମିତି ଚାତକ
ତୋ ସାଥିରେ ମିଶିଛି
ମୋ ଭାଗ୍ୟ, ମୋ ଜାତକ
ଏ ଆକାଶ ଯେବେ ରେ
ଏ ମାଟିରେ ଲୋଟିବ
ଏ ଅତୁଟ ବନ୍ଧନ
ତୁଟିଲେ ତୁଟିବ
ତୁ କହିଲୁ ଥା' ରେ
ମୁଁ କହିଲି ଥା'
ମୋ ମନରେ ତୋ ନାଆଁ
ତୋ ମନରେ ମୋ ନାଁ
ତୁ ପକ୍ଷୀ, ମୁଁ ପବନ
ତୁ ଆଖି, ମୁଁ ସପନ
ସେଇ ସପନରୁ ତତେ କାଢ଼ି ପାରିବିନି ମୁଁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ (ଛାତି ଚିରିଦେଲେ ତୁ)
ଛାତି ଚିରିଦେଲେ ତୁ (ଛାତି ଚିରିଦେଲେ ତୁ)