Skip to content
Lyric
Dive
Public playlists
My playlists
Search
Sign in
Hata Dhari Chalutha
Humane Sagar feat. Sital Kabi
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ସବୁ ଅପେକ୍ଷାର ଅନ୍ତ ଘଟିଲା
ଯେବେ ତୋ ସାଥେ ଦେଖାହେଲା
ସବୁ ସ୍ବପ୍ନ ଆଜି ସତ ଲାଗିଲା
ଯେବେ ତୋ ସାଥେ ଦେଖାହେଲା
ଚାହିଁଥିଲି ତୋ ବାଟକୁ, ଖୋଜୁଥିଲି ତୋ ପ୍ରେମକୁ
ଚାହିଁଥିଲି ତୋ ବାଟକୁ, ଖୋଜୁଥିଲି ତୋ ପ୍ରେମକୁ
ଆସିଲୁ ଯଦି ଯିବୁନି ଚାଲି, ମୋ ଛାତି ତଳେ ରହିଥା
ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା
ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା
ସବୁ ଋତୁ ମତେ ପ୍ରେମ ଲାଗିଲା
ଯେବେ ତୋ ସାଥେ ଦେଖାହେଲା
ସବୁ ମେଘ ଆଜି ରଙ୍ଗ ଢାଳିଲା
ଯେବେ ତୋ ସାଥେ ଦେଖାହେଲା
ଖୋଜୁଥିଲି ଏ ଦିନକୁ, ପାଇଗଲି ତୋ ପ୍ରେମକୁ
ଖୋଜୁଥିଲି ଏ ଦିନକୁ, ପାଇଗଲି ତୋ ପ୍ରେମକୁ
ଆସିଲୁ ଯଦି ଯିବୁନି ଚାଲି, ମୋ ସାଥୀ ହେଇ ରହିଥା
ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା
ମୋ ହାତଧରି ଚାଲୁଥା, ମୋ ହାତଧରି ଚାଲୁଥା
ଦେହକୁ ମିଳେତ ଥରେ ଜୀବନ
ସେମିତି ମିଳିଛୁ ମତେ ତୁ
ଯିବୁନି କେବେ ତୁ ମୋଠୁ ଦୂରେଇ
ପାରିବି ନାହିଁ ରେ ବଞ୍ଚି ମୁଁ
ହଁ, ନଈକୁ ମିଳେତ ଥରେ ସାଗର
ସେମିତି ମିଳିଛୁ ମତେ ତୁ
କେମିତି ଯିବି ରେ ତୋଠୁ ଦୂରେଇ?
ଛାତିର ସ୍ପନ୍ଦନ ମୋର ତୁ
ବାଟ ମୋର ସରେ ତୋ ପାଖେ, ଦୂରେ ଗଲେ ଆଖିତ ଡ଼ାକେ
ବାଟ ମୋର ସରେ ତୋ ପାଖେ, ଦୂରେ ଗଲେ ଆଖିତ ଡ଼ାକେ
ଆସିଲୁ ଯଦି ଯିବୁନି ଚାଲି, ତୁ ବର୍ଷା ହେଇ ଝରୁଥା
ମୋ ହାତଧରି ଚାଲୁଥା, ମୋ ହାତଧରି ଚାଲୁଥା
ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା
ଜୀବନେ ମିଳିଲେ ଥରେ खजाना
କିଏ ସେ ଅଛି ରେ ନିଏନା?
ରଖିଛି ତତେ ମୁଁ ଛାତି ଭିତରେ
ତୋ ପ୍ରେମ ମୋ ପାଇଁ खजाना
ହୋ, କଅଁଳ ପାଦରେ ଯେବେ ଚାଲୁ ତୁ
ମାଟିଟା ଲାଗେ ରେ ରୂପେଲି
ହୋ, କିଏ ସେ ଗଢିଲା ତତେ ରୂପାରେ?
ତୋ ରୂପରେ ଚମକେ ବିଜୁଳି
ଏତେ ଭଲ ପାଇବା ଦେଖି, ଡ଼ରଲାଗେ ଦବୁକି ଠକି
ଏତେ ଭଲ ପାଇବା ଦେଖି, ଡ଼ରଲାଗେ ଦବୁକି ଠକି
ଆସିଲୁ ଯଦି ଯିବୁନି ଚାଲି, ମୋ ପାଖେ-ପାଖେ ରହିଥା
ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା
ମୋ ହାତଧରି ଚାଲୁଥା, ମୋ ହାତଧରି ଚାଲୁଥା