Skip to content
Lyric
Dive
Public playlists
My playlists
Search
Sign in
He Gosain
Kumar Bapi
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ବଡଦାଣ୍ଡ ଧୂଳି ନହେଲା ନାହିଁ ହେ
ବାଇଶି ପାହାଚ ନହେଲା ଛୁଇଁ
ବଡଦାଣ୍ଡ ଧୂଳି ନହେଲା ନାହିଁ ହେ
ବାଇଶି ପାହାଚ ନହେଲା ଛୁଇଁ
ଶେଷବେଳେ ମତେ ମନା କରିବନି
ଶେଷବେଳେ ମତେ ମନା କରିବନି
ସରଗ ଦୁଆରୁ ଚାଖଣ୍ଡେ ଭୂଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ଇଚ୍ଛା ଥିଲା ମୋର ନିଳାଚଳରେ
ଗଡ଼ିବାକୁ ଥରେ ବଡଦାଣ୍ଡରେ
ବାଇଶି ପାହାଚେ ଚଢ଼ିଥାନ୍ତି ଥରେ
ସେ ଧୂଳି ଚନ୍ଦନ ବୋଳି ମୁଣ୍ଡରେ
ହୋ, ଇଚ୍ଛା ଥିଲା ମୋର ନିଳାଚଳରେ
ଗଡ଼ିବାକୁ ଥରେ ବଡଦାଣ୍ଡରେ
ବାଇଶି ପାହାଚେ ଚଢ଼ିଥାନ୍ତି ଥରେ
ସେ ଧୂଳି ଚନ୍ଦନ ବୋଳି ମୁଣ୍ଡରେ
ସିଂହଦୁଆର ତ ନହେଲା ଡେଇଁ ହେ
ଅବଢ଼ା ଗଣ୍ଡାଏ ନହେଲା ଖାଇ
ସିଂହଦୁଆର ତ ନହେଲା ଡେଇଁ ହେ
ଅବଢ଼ା ଗଣ୍ଡାଏ ନହେଲା ଖାଇ
ଶେଷବେଳେ ମତେ ମନା କରିବନି
ଶେଷବେଳେ ମତେ ମନା କରିବନି
ସରଗ ଦୁଆରୁ ଚାଖଣ୍ଡେ ଭୂଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ସ୍ୱର୍ଗଦ୍ୱାରେ ରହି ଦେଖୁଥିବି ମୁଁ
ପତିତ ପାବନ ନାଲିଆ ନେତ
ଏତିକି ଗୁହାରି ତୁମ ଚରଣରେ
ମନା କରିବନି କଳା ସାଆନ୍ତ
ହୋ, ସ୍ୱର୍ଗଦ୍ୱାରେ ରହି ଦେଖୁଥିବି ମୁଁ
ପତିତ ପାବନ ନାଲିଆ ନେତ
ଏତିକି ଗୁହାରି ତୁମ ଚରଣରେ
ମନା କରିବନି କଳା ସାଆନ୍ତ
କଳା ବଦନକୁ ନହେଲା ଚାହିଁ ହେ
କଳ୍ପ ବଟ ତଳେ ନହେଲା ଶୋଇ
କଳା ବଦନକୁ ନହେଲା ଚାହିଁ ହେ
କଳ୍ପ ବଟ ତଳେ ନହେଲା ଶୋଇ
ଶେଷବେଳେ ମତେ ମନା କରିବନି
ଶେଷବେଳେ ମତେ ମନା କରିବନି
ସରଗ ଦୁଆରୁ ଚାଖଣ୍ଡେ ଭୂଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ବଡଦାଣ୍ଡ ଧୂଳି ନହେଲା ନାହିଁ ହେ
ବାଇଶି ପାହାଚ ନହେଲା ଛୁଇଁ
ବଡଦାଣ୍ଡ ଧୂଳି ନହେଲା ନାହିଁ ହେ
ବାଇଶି ପାହାଚ ନହେଲା ଛୁଇଁ
ଶେଷବେଳେ ମତେ ମନା କରିବନି
ଶେଷବେଳେ ମତେ ମନା କରିବନି
ସରଗ ଦୁଆରୁ ଚାଖଣ୍ଡେ ଭୂଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ
ହେ ଗୋସାଇଁ