Skip to content
Lyric
Dive
Public playlists
My playlists
Search
Sign in
To Hrudaya Kichhi Kahila
Abhijit Majumdar & Nibedita
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ଦୁଇ ହୃଦୟର ଭେଟ ହେଲା ପରେ, ଧୀରେ-ଧୀରେ ପ୍ରେମ ହେଲା
ଧୀରେ-ଧୀରେ ପ୍ରେମ ହେଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ଆଗରୁ ତ କେବେ ଥରେ, ଏଇ ମୋର ହୃଦୟରେ
ଟିକେ ହେଲେ, ଟିକେ ହେଲେ ପ୍ରେମ ରଙ୍ଗ ଲାଗିନଥିଲା
ହୋ ତତେ ଦେଖିଦେଲା ପରେ, ସେଇ ଦିନ ନିରୋଳାରେ
ଛାତି ତଳେ, ଛାତି ତଳେ ଫଗୁଣର ଋତୁ ଆସିଲା
ମୋ ହୃଦୟ କିଛି ଲେଖିଲା, ତୋ ହୃଦୟ କିଛି ପଢ଼ିଲା
ମୋ ହୃଦୟ କିଛି ଲେଖିଲା, ତୋ ହୃଦୟ କିଛି ପଢ଼ିଲା
ଦୁଇ ହୃଦୟର ଲେଖା ପଢ଼ା ପରେ, ଧୀରେ-ଧୀରେ ପ୍ରେମ ହେଲା
ଧୀରେ-ଧୀରେ ପ୍ରେମ ହେଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ରାତି ଯାଏ, ରାତି ଆସେ
ତାରା ଫୁଟେ, ଜହ୍ନ ହସେ
ମନେ ପଡେ, ମନେ ପଡେ କଥା ଯେତେ ତୋ ସାଥିରେ
ଅଳପ କହୁ ତୁ ମତେ, ଅଳପ କହେ ମୁଁ ତତେ
ଝରି ପଡ଼େ, ଝରି ପଡ଼େ ତାରାଫୁଲ ମୋ ହାତରେ
ମୋ ହୃଦୟ କିଛି ଗାଇଲା, ତୋ ହୃଦୟ କିଛି ଗାଇଲା
ମୋ ହୃଦୟ କିଛି ଗାଇଲା, ତୋ ହୃଦୟ କିଛି ଗାଇଲା
ହୃଦୟର ସ୍ୱର ମିଶିଗଲା ପରେ, ଧୀରେ-ଧୀରେ ପ୍ରେମ ହେଲା
ଧୀରେ-ଧୀରେ ପ୍ରେମ ହେଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ଦୁଇ ହୃଦୟର ଭେଟ ହେଲା ପରେ, ଧୀରେ-ଧୀରେ ପ୍ରେମ ହେଲା
ଧୀରେ-ଧୀରେ ପ୍ରେମ ହେଲା
ଲା-ଲା-ହୁଁ
ଧୀରେ ଧୀରେ ଆହାଃ, ହାହା