Skip to content
Lyric
Dive
Public playlists
My playlists
Search
Sign in
Tipi Tipi Chandanaku
Bibhu Kishore
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଆହା-ଆହା
ଓହୋ, ଓହୋ, ଓହୋ
ଟିପି-ଟିପି ଚନ୍ଦନକୁ ଚିକିମିକି ହସ
ସତେକି ଚାନ୍ଦ ହେଇଛି ନୂଆ ବୋହୂ ବେଶ
ସୁନାଜରି ଓଢ଼ଣୀ କି ରୂପାଜରି ପାଟ
ଭିତରେ ଭିତରେ ଝିଅ ଭାରି ଛଟପଟ
ଫୁଲ ପାଇଁ ଖୋଲିଗଲା ଦେଉଳର ବେଢ଼ା
ରାତି ହେଲେ ଚହଟିବ ନାଲି କୃଷ୍ଣଚୁଡ଼ା
ଛାତି ହବ...
ଛାତି ହବ ନାହିଁ ଆଉ ପ୍ରୀତି ହବ ସୁଅ ଲୋ
ଦିଅ ଲୋ, ଦିଅ ଲୋ, ଦିଅ ଲୋ, ଦିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ସୁନାରେ ସୁନାରେ ଛାଇଦିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ସୁନାର କଣ୍ଢେଇ ହବ ଝିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଆଜି ରାତି ଛୁଆଁଛୁଇଁ ଚାନ୍ଦ ଆଉ ଚକୁର
ଆଜିଠାରୁ ମୁହାଁମୁହିଁ ମେଘ ଆଉ ମୟୂର
କୁଲୁ-କୁଲୁ-କୁଲୁ, ହୁଲୁସ୍ତୁଲୁ-ହୁଲୁସ୍ତୁଲୁ, ହେ
ଆଜିଠାରୁ ଭାବପ୍ରୀତି ଶୋଷ ଆଉ ପାଣିର
ସବୁରାତି ମଧୁରାତି ରଜା ଆଉ ରାଣୀର
ଦୁକୁ-ଦୁଲୁ-ଦୁଲୁ, ହେ, ମଶଗୁଲୁ-ମଶଗୁଲୁ
ଫୁଲରେ ଫୁଲରେ ଆଜି ଗଢ଼ା ହେଲା ସବାରୀ
କୋଇଲିର ସୁରେ ଆଜି ବାଜେ ଯୋଡ଼ି ମହୁରୀ
ଫୁଲ ଡୋରି...
ଫୁଲଡୋରି ଠାରୁ ଟାଣ ଶିକୁଳି ବି ନୁହଁ ଲୋ
ଦିଅ ଲୋ, ଦିଅ ଲୋ, ଦିଅ ଲୋ, ଦିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଫୁଲରେ ଫୁଲରେ ଛାଇ ଦିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଫୁଲରାଣୀ ହବ ଆଜି ଝିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ପ୍ରେମ ପଛେ ମାରିପାରେ, ହାରିନାହିଁ କଉଠି
ପ୍ରେମ ପାଇଁ ଦୂର ନୁହଁ ବାହା, ଲଗ୍ନ, ଚଉଠି
ଟୁଆଁଟୁଇଁ, ଛୁଆଁଛୁଇଁ
ପ୍ରେମ ହେଲେ ପଥର ଲୋ ଦୁନିଆଁ ଟା ପତର
ପ୍ରେମ ଗଢ଼ିପାରେ ସ୍ବର୍ଗ, ପ୍ରେମ ଗଢେ ମନ୍ଦିର
ଶୁଆ ଶାରୀ, ଠରା-ଠରି
କଳସୀକୁ ମିଳିଗଲା ପ୍ରେମର ଯମୁନା
ତୁଳସୀକି ମିଳିଗଲା ତା ମନ ଅଗଣା
ଛିଡ଼ିବନି...
ଛିଡ଼ିବନି ଆଉ ଏଇ ଭାବ ସୂତାଖିଅ ଲୋ
ଦିଅ ଲୋ, ଦିଅ ଲୋ, ଦିଅ ଲୋ, ଦିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ବନ୍ଦାଣ ଥାଳିରେ ଦୀପ ଦିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ରାତିର ଦୀପାଳି ହବ ଝିଅ ଲୋ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ
ଝିଅକୁ ସଜେଇ ଦିଅ