Dinabandhu Ehi Ali
Ghanashyam Panda, Lopita Mishra
Popularity · Low
YouTube
Searching YouTube...
Lyrics
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ-ଏ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ରହିଥାଉ ନିରନ୍ତରେ, ହେ-ଏ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଦାନା କନା ପଛେ ମନା ହେଉ ମତେ
ଦାନା କନା ପଛେ ମନା ହେଉ ମତେ
ନୀଳଚକ୍ର ବାନା ଚାହିଁ
ସୁଖୀ ହେଉଥିବି ଅଖିଳପତି ହେ
ନୀର୍ଭୟ ହୋଇବ ନାହିଁ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ବାରମାସେ ତେର ଯାତ୍ରା ଦେଖୁଥିବି
ବାରମାସେ ତେର ଯାତ୍ରା ଦେଖୁଥିବି
ଶ୍ରୀକ୍ଷେତ୍ରେ ହୋଇ ଭିକାରି
ସାଧୁ ସନ୍ଥଙ୍କର ବୋଲାଇ କିଙ୍କର
ମାଗୁଥିବି ମାଧୁକରୀ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଆନନ୍ଦ ବଜାରେ ବୁଲି ମୁଁ ମଜାରେ
ଆନନ୍ଦ ବଜାରେ ବୁଲି ମୁଁ ମଜାରେ
ଗାଉଥୁବି ତୋର ନାମ
ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି
ବୋଲି ହରେକୃଷ୍ଣ ନାମ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଏଥିପାଇଁ କୁଳ ମୂଳ ହରାଇଛି
ଏଥିପାଇଁ କୁଳ ମୂଳ ହରାଇଛି
ସାଥି କରି ତୋତେ ଏକା
ଦାସ ବନମାଳୀ ଦୋଷ ନ ଧରିବୁ
ଗୋବଦ୍ଧନ ଗିରି ଟେକା
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ-ଏ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ରହିଥାଉ ନିରନ୍ତରେ-ଏ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ