Skip to content
Lyric
Dive
Public playlists
My playlists
Search
Sign in
Kete Thara Hrudaya Mo Bhangiba Kuha (Male Vocals)
Humane Sagar
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଆଖି ମୋର ଓଦା ଓଦା, ଜଳୁଛି ମନ
ଲୁହ ସାଥେ ବୋହିଯାଏ ସବୁ ସ୍ବପ୍ନ
ଆଖି ମୋର ଓଦା ଓଦା, ଜଳୁଛି ମନ
ଲୁହ ସାଥେ ବୋହିଯାଏ ସବୁ ସ୍ବପ୍ନ
ପ୍ରେମରେ ହେଲା ପରେ ଲୋକହସା
ପିଇନି ଜମା ମୁଁ ତଥାପି ନିଶା
ଟିକିଏ ଚାଲୁଛି, ବେଶି ମୁଁ ଝୁଣ୍ଟୁଛି
ଟିକିଏ ଚାଲୁଛି, ବେଶି ମୁଁ ଝୁଣ୍ଟୁଛି
ହଜେଇ ପରିଚୟ...
କେତେ ଥର ହୃଦୟ ମୋ ଭାଙ୍ଗିବୁ କହ?
କେତେ ଆଉ ଆଖିରୁ ମୋ ଝରିବ ଲୁହ?
ମାରିବାକୁ ମୋତେ ଆଉ କରନି କିଛି
ସେମିତି ମରିଯିବି ଟିକିଏ ରହ
ସେମିତି ମରିଯିବି ଟିକିଏ ରହ
ଭଲ ପାଇବାର ପ୍ରତି ଉପହାର, ଦେଇଦେଲୁ ଯାହା ମୋତେ ତୁ ଆଣି
ଭଲ ପାଇବାର ପ୍ରତି ଉପହାର, ଦେଇଦେଲୁ ଯାହା ମୋତେ ତୁ ଆଣି
ମୋତେ ତ ଲାଗୁନି କାହାକୁ ବି ଏଠି
ଦେଇଥିବ ବୋଲି କିଏ କେଜାଣି
ଏତେ ପରେ ବି ତୋତେ ଖୋଜେ କାହିଁ?
ଦୁନିଆଁ ଭିଡ଼ରେ ପାଗଳ ହେଇ
ତୋରି ଝଳନା କଲା ବାଟବଣା
ତୋରି ଝଳନା କଲା ବାଟବଣା
ଦେଲା ଆଣି ବିରହ...
କେତେ ଥର ହୃଦୟ ମୋ ଭାଙ୍ଗିବୁ କହ?
କେତେ ଆଉ ଆଖିରୁ ମୋ ଝରିବ ଲୁହ?
ମାରିବାକୁ ମୋତେ ଆଉ କରନି କିଛି
ସେମିତି ମରିଯିବି ଟିକିଏ ରହ
ସେମିତି ମରିଯିବି ଟିକିଏ ରହ
ଭାବିନେଲି ତୋତେ ବୋଲି ଏତେ ନିଜର
ଛାତିରେ ମୋ ଲଦିଦେଇ ଗଲୁ ପଥର
ରୋକି ଦେଲୁ ସ୍ପନ୍ଦନ ତୁ ଛାତିରୁ ମୋର
ଠକିଦେଇ ହେଇଗଲୁ ଆଉ କାହାର
ପାଣି ମାଗିଲି ତୋତେ ଶୋଷ ଦେଲୁ
ତାରିଖ ପରି ତୁ ବଦଳି ଗଲୁ
ଭଲରେ ଥାଆ ତୁ, ନେଉଛି ଆଜି ମୁଁ
ଭଲରେ ଥାଆ ତୁ, ନେଉଛି ଆଜି ମୁଁ
ତୋ ଠାରୁ ବିଦାୟ...
କେତେ ଥର ହୃଦୟ ମୋ ଭାଙ୍ଗିବୁ କହ
କେତେ ଆଉ ଆଖିରୁ ମୋ ଝରିବ ଲୁହ
ମାରିବାକୁ ମୋତେ ଆଉ କରନି କିଛି
ସେମିତି ମରିଯିବି ଟିକିଏ ରହ
ସେମିତି ମରିଯିବି ଟିକିଏ ରହ
ସେମିତି ମରିଯିବି ଟିକିଏ ରହ