Skip to content
Lyric
Dive
Public playlists
My playlists
Search
Sign in
Jani Tu Ajana
Humane Sagar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ମୁଠା-ମୁଠା ରଙ୍ଗ ଆଣି ତୁ ବୁଣିଦେଇ ମନେ
ବଦଳେଇ ଦେଲୁ ଏଇ ମୋ ଜୀବନର ମାନେ
ହୋ, ମୁଠା-ମୁଠା ରଙ୍ଗ ଆଣି ତୁ ବୁଣିଦେଇ ମନେ
ବଦଳେଇ ଦେଲୁ ଏଇ ମୋ ଜୀବନର ମାନେ
ସପନର ନୂଆ ପକ୍ଷୀକୁ ଦେଇଛୁ ତୁ ଯେବେ ଡ଼େଣା
ସେବେଠାରୁ ଯାହା ଜାଣି ମୁଁ ପ୍ରେମିକରେ ହେଲି ଗଣା
ନିଜଠାରୁ ତତେ ବେଶୀ ଭଲପାଇ ହୁଏ ଖୁସି
କାଇଁ ଯେ କହନା?
ଜାଣି ତୁ ଅଜଣା ପରି ହନା
ଦୂରେ-ଦୂରେ ଏତେ ଦୁରେ ଆଉ ରହନା
ଜାଣି ତୁ ଅଜଣା ପରି ହନା
ଦୂରେ-ଦୂରେ ଏତେ ଦୁରେ ଆଉ ରହନା
ବେଳେ-ବେଳେ ଇଛା ହୁଏ ଚାଲିଯିବି ତତେ ନେଇ
ବେଶୀ ଭଲ ପାଇବାକୁ ପୃଥିବୀର ସୀମା ଡେଇଁ
ହୋ, ତତେ ଆଉ ମତେ ନେଇ ଚର୍ଚ୍ଚା ହୁଏ ଭାରି କାଇଁ?
ପ୍ରେମ-ପ୍ରେମ ବାସେ ସବୁ ଖରା ଲାଗେ ଛାଇ-ଛାଇ
ଏଣୁ ତେଣୁ କିଛି ଭାବନା ତୋ ପାଇଁ ଆସେ ଯାଏ
ଧରୁ-ଧରୁ ଟିକେ କଲମ ବେଶୀ ଟିକେ ଲେଖିଦିଏ
କିଏ ତତେ ଚାହଁଦେଲେ, ଚାହଁ କିଛି କହିଦେଲେ
ଦେହଟା ସହେନା
ଜାଣି ତୁ ଅଜଣା ପରି ହନା
ଦୂରେ-ଦୂରେ, ଏତେ ଦୁରେ ଆଉ ରହନା
ଜାଣି ତୁ ଅଜଣା ପରି ହନା
ଦୂରେ-ଦୂରେ, ଏତେ ଦୁରେ ଆଉ ରହନା
ଅଦ୍ୱିତୀୟ କାରିଗରୀ ତୋ ରୂପରେ ଅଛି ଏତେ
ସବୁଥର ଭୁଲ୍ ହୁଏ ହିସାବ ମୁଁ କରେ ଯେତେ
ହୋ, ଲମ୍ବା ରାସ୍ତା ଚାଲିବାକୁ ଇଛା ଖାଲି ତୋ ସାଥେ
ନିଜକୁ ମୁଁ ତୋ ପାଖରେ ରୋକିବି ରେ ଆଉ କେତେ?
ଅଚିହ୍ନା ତୋ ମୁହଁ ଯେବେଠୁ ଲାଗିଲା ରେ ଚିହ୍ନା-ଚିହ୍ନା
ତୋ ଛଡ଼ା ଆଉ କାହାକୁ ଚାହିଁବାକୁ ମତେ ମନା
ଏତେ ପ୍ରେମ ଦେଲୁ ଆଣି ରଖିବାକୁ ଜାଗା ପୁଣି
ମନରେ ଧରେନା
ଜାଣି ତୁ ଅଜଣା ପରି ହନା
ଦୂରେ-ଦୂରେ ଏତେ ଦୁରେ ଆଉ ରହନା
ଜାଣି ତୁ ଅଜଣା ପରି ହନା
ଦୂରେ-ଦୂରେ ଏତେ ଦୁରେ ଆଉ ରହନା