Niti Sapane Aasuchhi
Anjali Mishra, TUTU
Popularity · Low
YouTube
Searching YouTube...
Lyrics
ହେ, ହେ, ହେ, ହେ, ହେ, ହେ, ହେ-ଏ
ନୀତି ସପନେ ଆସୁଛି ହାଏ
(ହୋ, ହୋ, ହୋ, ହୋ, ହୋ, ହୋ)
ନୀତି ସପନେ ଆସୁଛି ହାଏ, ନନ୍ଦଲାଲା ଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
(ହେ, ହେ, ହେ, ହେ, ହେ, ହେ)
ସିଏ ଏମିତିକା ଯାଦୁ ଜାଣେ
ଟିକେ ଚାହିଁଦେଲେ ମନ କିଣେ
ଖାଲି ହାତଠାରି ମୋତେ ଡାକେ
ଏଣେ ଚାହୁଁଛନ୍ତି ଗୋପଲୋକେ
(ହୋ, ହୋ, ହୋ,ହୋ, ହୋ, ହୋ)
ସିଏ ଏମିତିକା ଯାଦୁ ଜାଣେ
ଟିକେ ଚାହିଁଦେଲେ ମନ କିଣେ
ଖାଲି ହାତଠାରି ମୋତେ ଡାକେ
ଏଣେ ଚାହୁଁଛନ୍ତି ଗୋପଲୋକେ
ଖାଲି ନିନ୍ଦାରେ ଜାଳୁଛି ମୋତେ
ନିନ୍ଦାରେ ରେ ଜାଳୁଛି ମୋତେ, ନନ୍ଦଲାଲା ଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
(ହେ, ହେ, ହେ, ହେ, ହେ, ହେ)
କିଏ ଶିଖେଇଲା ତାକୁ ପ୍ରେମ
ଭାରି ଅଖଟିଆ ମୋର ଶ୍ୟାମ
ଲାଜ-ସରମ କୁ ଛାଡିଦେଲେ
କାହୁଁ ପଛେ-ପଛେ ଚାଲି ଗଲି
(ହୋ, ହୋ, ହୋ,ହୋ, ହୋ, ହୋ)
କିଏ ଶିଖେଇଲା ତାକୁ ପ୍ରେମ
ଭାରି ଅଖଟିଆ ମୋର ଶ୍ୟାମ
ଲାଜ-ସରମ କୁ ଛାଡିଦେଲେ
କାହୁଁ ପଛେ-ପଛେ ଚାଲି ଗଲି
ଭାରି ଚଗଲା ପ୍ରେମିକ ସିଏ
ଚଗଲା ପ୍ରେମିକ ସିଏ, ନନ୍ଦଲାଲା ଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
(ହେ, ହେ, ହେ, ହେ, ହେ, ହେ)
ଏଡେ ରସିକିଆ କଳାଶଶୀ
ରାତି ପାହିଗଲେ ବାଏ ବଂଶୀ
ମାନ-ମହତ ମୁଁ ଭୁଲିଯାଏ
ନୀତି କାହୁଁ ପାଖେ ଧାଇଁଯାଏ
(ହୋ, ହୋ, ହୋ,ହୋ, ହୋ, ହୋ)
ଏଡେ ରସିକିଆ କଳାଶଶୀ
ରାତି ପାହିଗଲେ ବାଏ ବଂଶୀ
ମାନ-ମହତ ମୁଁ ଭୁଲିଯାଏ
ନୀତି କାହୁଁ ପାଖେ ଧାଇଁଯାଏ
ଭାରି ନଟିଆ ରସିକ ସିଏ
ନଟିଆ ରସିକ ସିଏ, ନନ୍ଦଲାଲା ଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
(ହେ, ହେ, ହେ, ହେ, ହେ, ହେ)
ତାକୁ ନଦେଖିଲେ ମନ ଝୁରେ
ତାକୁ ଦେଖିଦେଲେ ଝୁଣ୍ଟିପଡେ
ସିଏ ଏମିତିକା ଜହ୍ନ ଟିଏ
ହାଏ ଦିନ ରାତି ହସୁଥାଏ
(ହୋ, ହୋ, ହୋ,ହୋ, ହୋ, ହୋ)
ତାକୁ ନଦେଖିଲେ ମନ ଝୁରେ
ତାକୁ ଦେଖିଦେଲେ ଝୁଣ୍ଟିପଡେ
ସିଏ ଏମିତିକା ଜହ୍ନ ଟିଏ
ହାଏ ଦିନ ରାତି ହସୁଥାଏ
କେଡେ ନଟିଆ ନାଗର ସିଏ
ନଟିଆ ନାଗର ସିଏ, ନନ୍ଦଲାଲା ଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
ନୀତି ସପଣେ ଆସୁଛି ହାଏ, ନନ୍ଦଲାଲା ଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ
ତାର ପ୍ରେମରେ ମାନ-ମହତ ସବୁ ଗଲାଲୋ (ହେ, ହେ)