Skip to content
Lyric
Dive
Public playlists
My playlists
Search
Sign in
Premare Prathama Thara
Aseema Panda
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ତୁ ଆସିବୁ ବୋଲି ମୋ ଜୀବନେ ଚାଲି
ଅଭିମାନରେ ଋଷିଛି ଜହ୍ନ
ତୋ ଝଲକ ଟିକେ ମୁଁ ପାଇଲା ପରେ
ବିନା ନିଦରେ ଦେଖେ ସପନ
ତୋ ହସ-ହସ ମୁହଁରେ ମୁଁ ସବୁ ଖୁସି ପାଏ ରେ
ହେଇଛୁ ତୁ ଏତେ ନିଜର
ତୋ ମନ ଚୋରା ମନରେ ମୋ ଦୁନିଆଟା ଝୁମେ ରେ
ସରୁନି ଭାବନା ତୋର
ପ୍ରେମରେ ପ୍ରଥମ ଥର
ହାଏ, ହାଏରେ ପଡ଼ିଛି ମନଟା ମୋର
ପ୍ରେମରେ ପ୍ରଥମ ଥର
ହାଏ, ହାଏରେ ପଡ଼ିଛି ମନଟା ମୋର
ହଁ, ତୁ ଏମିତିକା ପୃଥିବୀ ଟିଏ
ଯୋଉ ପୃଥିବୀରେ ତୋ ବିନା କିଏ
ଆସିବାକୁ କରିଦେଇଛି ମନା
ହଜାରେ ଭିଡ଼ରେ ତତେ ବାଛିଛି
ସେ କଥା ଭାବି ମୁଁ ଖୁସିରେ ଅଛି
ଜିଇଁବା ପାଇଁ ତୁ ହେଲୁ ବାହାନା
ତୋ ମନ କିଣା ମହକ ମନେ ଭରିଲାଣି କୁହୁକ
ତୋ ପରି ବାସେ ଏଥର
ତୋ ଚେହେରାର ଚମକ ଖାଲି ଖୋଜେ ମୋ ପଲକ
ତୋଳିଛି ସେଠି ନଅର
ହଁ, ପ୍ରେମରେ ପ୍ରଥମ ଥର
ହାଏ, ହାଏରେ ପଡ଼ିଛି ମନଟା ମୋର
ପ୍ରେମରେ ପ୍ରଥମ ଥର
ହାଏ, ହାଏରେ ପଡ଼ିଛି ମନଟା ମୋର
କେମିତି କହିବି କିଏ ତୁ ମୋର?
ସବୁ ପ୍ରଶ୍ନର ତୁ ଗୋଟେ ଉତ୍ତର
ତୋ ବିନା ଆଉ ମୁଁ ଚାହିଁନି କିଛି
ନଜରରେ ଯେବେ ଦେଲୁ ତୁ ଚାହିଁ
ନିଜର ନିଜର ଲାଗିଲୁ କାହିଁ?
ନିଜ ପାଖେ ଆଉ ନିଜେ ମୁଁ ନାହିଁ
ହୋ, ନିଦ ଭଙ୍ଗା ଇଶାରା, ମୋ ବଞ୍ଚିବାର ସାହାରା
ତୋ ବିନା ମୁଁ ନୁହେଁ ମୋର
ତୋ ନିରୀମାଖି ହୃଦୟ ଆଜି ଅଟକେଇ ସମୟ
କାହାଣୀ କହେ ତୋର ମୋର
ହଁ, ପ୍ରେମରେ ପ୍ରଥମ ଥର
ହାଏ, ହାଏରେ ପଡ଼ିଛି ମନଟା ମୋର
ପ୍ରେମରେ ପ୍ରଥମ ଥର
ହାଏ, ହାଏରେ ପଡ଼ିଛି ମନଟା ମୋର