Skip to content
Lyric
Dive
Public playlists
My playlists
Search
Sign in
Hata Sathe Jebe Misijae Hata
Shasank Sekhar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
(ଚିକା-ପିକା-ରଗା-ରିକା, ରିକା)
(ତମ ଯୋଡ଼ି ଆଗେ ସବୁ ଫିକା)
(କାହିଁକି ରେ ଡର ଏତେ? ଆମେ ଅଛୁ ତମ ସାଥେ)
(ପିନ୍ଧିବା ରେ ବିଜୟର ଟିକା)
ହଁ, ତୋର ପଦେ କଥାରେ ମୁଁ ଜିତିବି ହଜାରେ ବାଜି
ତୋର ଟିକେ ଇଶାରାରେ ମରିବା ପାଇଁବି ରାଜି
ଦବା ପାଇଁ ତତେ ଖୁସି, ରହିଥିବି ବାରମାସି
ହସ ତୋର ଗଲେ ରୁଷି, ଆଣିବି ଖୋଜି
(ହାତ ସାଥେ ଯେବେ ମିଶିଯାଏ ହାତ)
(ଜଗା ଦେଉଳରେ ଲାଗିଯାଏ ନେତ)
(ଛାତି କରି ଟାଣ କଲେ ଥରେ ପଣ)
(କିଏ ଡରେ ଆସୁ ବରଷା, ବତାଷ)
(ହାତ ସାଥେ ଯେବେ ମିଶିଯାଏ ହାତ)
(ଜଗା ଦେଉଳରେ ଲାଗିଯାଏ ନେତ)
(ଛାତି କରି ଟାଣ କଲେ ଥରେ ପଣ)
(କିଏ ଡରେ ଆସୁ ବରଷା, ବତାଷ)
ତୋ ହାତରେ ହାତ ରଖି, ବାଟ ମୁଁ ଚାଲିବି ସାଥି
ତୋର ପ୍ରେମ ଭରଷାରେ ଜିଇଁଯିବି ଦିନ ରାତି
ରାତି ସାଥେ ସିନା ରହିଥାଏ ରୂପା-ଜହ୍ନ
ମୁଁ ଥିବି ତୋ ସାଥେ, ସବୁ ରାତି ସବୁ ଦିନ
ଏ ଜୀବନେ ଆଜି ତତେ ଥରେ ଭଲପାଇ
ମନ କହେ ତତେ ଆଉ ହରେଇବି ନାହିଁ
ଜାଣେ ଖାଲି ମୋର ତୁ, ଆଉ କିଛି ଜାଣେନା ମୁଁ
ମନ ଲାଖି ହୃଦୟଟେ ପାଇଛି ଖୋଜି
(ହୃଦୟ ସାଥିରେ ମିଶିଲେ ହୃଦୟ, ବଦଳାଏ ଭାଗ୍ୟ, ବଦଳେ ସମୟ)
(ଥାଉ ଖଣ୍ଡା ଧାର ଆଉ हतियार, ପ୍ରେମରେ ହୁଏନି କେବେ ପରାଜୟ)
(ହୃଦୟ ସାଥିରେ ମିଶିଲେ ହୃଦୟ, ବଦଳାଏ ଭାଗ୍ୟ, ବଦଳେ ସମୟ)
(ଥାଉ ଖଣ୍ଡା ଧାର ଆଉ हतियार, ପ୍ରେମରେ ହୁଏନି କେବେ ପରାଜୟ)
ପ୍ରେମ ଦେଇପାରେ ସବୁ ପ୍ରଶ୍ନର ଉତ୍ତର
କିଏ ଆପଣାର କିଏ ଏଠି ସାତ ପର
ତତେ ପାଇ ମୋର ସବୁ ଦୁଃଖ ଯିବ ସରି
ତୁ ହାରିଗଲେ ଜୀବନ ମୁଁ ଦେବି ହାରି
କଥା ଦେଲି ତତେ ଛୁଇଁ, ମରିଯିବି ପଛେ ମୁହିଁ
ହାରିବିନି, ଜିତିବି ମୁଁ ଏ ପ୍ରେମ ବାଜି
(ପାଦ ସାଥେ ପାଦ ଛାଲେ ଯେବେ ବାଟ, କଣ୍ଟା ହେଇଯାଏ ସଜଫୁଲ ହାଟ)
(ମନେ ଥିଲେ ଆଶା, ଜିତିବାର ନିଶା, ରୋକିପାରେ ନାହିଁ କଂସର କବାଟ)
(ପାଦ ସାଥେ ପାଦ ଛାଲେ ଯେବେ ବାଟ, କଣ୍ଟା ହେଇଯାଏ ସଜଫୁଲ ହାଟ)
(ମନେ ଥିଲେ ଆଶା, ଜିତିବାର ନିଶା, ରୋକିପାରେ ନାହିଁ କଂସର କବାଟ)
ତୋର ପଦେ କଥାରେ ମୁଁ ଜିତିବି ହଜାରେ ବାଜି
ତୋର ଟିକେ ଇଶାରାରେ ମରିବା ପାଇଁବି ରାଜି