Skip to content
Lyric
Dive
Public playlists
My playlists
Search
Sign in
Bhagabata Bhajana Mala
Dukhishyam Tripathy
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ପ୍ରଥମ ଦ୍ୱିତୀୟ ଆଗମ ଏ ବାଣୀ
ତୃତୀୟେ ବ୍ରହ୍ମାଣ୍ଡ ସର୍ଜନା ହେଲା
ପ୍ରଥମ ଦ୍ୱିତୀୟ ଆଗମ ଏ ବାଣୀ
ତୃତୀୟେ ବ୍ରହ୍ମାଣ୍ଡ ସର୍ଜନା ହେଲା
ଚତୁର୍ଥରେ ଧ୍ରୁବ ତପ ଅଚାରିଣ
ଅଜପା ମନ୍ତ୍ରକୁ ହୃଦେ ଧଇଲା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ପଞ୍ଚମରେ ପୃଥ୍ବୀ ସାତ ଭାଗ କରି
ବାଣ୍ଟିଣ ଭରତ ପୁଅଙ୍କୁ ଦେଲା
ପଞ୍ଚମରେ ପୃଥ୍ବୀ ସାତ ଭାଗ କରି
ବାଣ୍ଟିଣ ଭରତ ପୁଅଙ୍କୁ ଦେଲା
ଷଷ୍ଠ ସ୍କନ୍ଦେ ପୁଣି ପାପୀ ଅଜାମିଳ
ନାରାୟଣ ନାମ ମୁଖେ ଧଇଲା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ସପ୍ତମ ସ୍କନ୍ଦରେ ପ୍ରହ୍ଲାଦ ଜନ୍ମ
ହୀରଣାକ୍ଷ ବି ଦାରଣ ହୋଇଲା
ସପ୍ତମ ସ୍କନ୍ଦରେ ପ୍ରହ୍ଲାଦ ଜନ୍ମ
ହୀରଣାକ୍ଷ ବି ଦାରଣ ହୋଇଲା
ଅଷ୍ଟମ ସ୍କନ୍ଦରେ ସମୁଦ୍ର ମନ୍ଥନ
ବଯ୍ୟ କୁମ୍ଭୀରଙ୍କ ଯୁଦ୍ଧ ଲାଗିଲା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ନବମ ସ୍କନ୍ଦରେ ବଂଶାନୁ ଚରିତ
ଦଶମେ କହ୍ନାଇ ଜନ୍ମ ହୋଇଲା
ନବମ ସ୍କନ୍ଦରେ ବଂଶାନୁ ଚରିତ
ଦଶମେ କହ୍ନାଇ ଜନ୍ମ ହୋଇଲା
ଗୋପ, ବୃନ୍ଦାବନ, ମଥୁରା, ଦ୍ଵାରିକା
ବାଳ ଲୀଳା ଭାବ ଏଥୁ ସଇଲା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ଏକାଦଶ ସ୍କନ୍ଦେ ତତ୍ୱ ନିରୂପଣ
ଉଦ୍ଧବେ ଶ୍ରୀହରି କରୁଣା ହେଲା
ଏକାଦଶ ସ୍କନ୍ଦେ ତତ୍ୱ ନିରୂପଣ
ଉଦ୍ଧବେ ଶ୍ରୀହରି କରୁଣା ହେଲା
ଏକାକ୍ଷର ବ୍ରହ୍ମ ଯହିଁ ବିରାଜିତ
ଅଧ ଉର୍ଦ୍ଧ ତହିଁ ବାରି ନୋହିଲା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ଦ୍ୱାଦଶ ସ୍କନ୍ଦରେ ଆଗତ ଭବିଷ୍ୟ
ପରୀକ୍ଷିତ ଆଗେ ଶୁକ କହିଲା
ଦ୍ୱାଦଶ ସ୍କନ୍ଦରେ ଆଗତ ଭବିଷ୍ୟ
ପରୀକ୍ଷିତ ଆଗେ ଶୁକ କହିଲା
କହେ ଯସବନ୍ତ ସେ ପାଦେ ସରଣ
ଅକାରଣେ ମୋର ଜନମ ଗଲା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା
ମନ ସୁତେ ଗୁନ୍ଥ ନକରି ହେଳା
ଭାଗବତ ଭଜନ ମାଳା