Skip to content
Lyric
Dive
Public playlists
My playlists
Search
Sign in
Batare Chalu Chalu
Babool Supriyo
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ବାଟରେ ଚାଲୁ-ଚାଲୁ, କେବେ କିଏ ଦେଖାହୁଏ, ସବୁ ମନେ ରହେନା
ହୋ, ବାଟରେ ଚାଲୁ-ଚାଲୁ, କେବେ କିଏ ଦେଖାହୁଏ, ସବୁ ମନେ ରହେନା
କିଛି ଲୋକ, କିଛି ଚେହେରା, ହାଏ
କିଛି ଲୋକ, କିଛି ଚେହେରା, ମନେ ରହେ
କେବେ ଭୁଲି ହୁଏନା
ହାଏ, ଭୁଲି ହୁଏନା
ଆଖିର ଝରକା ଡେଇଁ ଜଣେ ଚାଲିଆସେ
ହୃଦୟ ଦୁଆର ଖୋଲି ଧୀରେ-ଧୀରେ ପଶେ
ହେହେ, ଆଖିର ଝରକା ଡେଇଁ ଜଣେ ଚାଲିଆସେ
ହୃଦୟ ଦୁଆର ଖୋଲି ଧୀରେ-ଧୀରେ ପଶେ
ରହୁ-ରହୁ ରହିଯାଏ ଅଜଣା ଅତିଥି
ଅଜଣା-ଅଚିହ୍ନା ହୁଏ ଜୀବନର ସାଥି
ରାତିରେ ଶୋଇ-ଶୋଇ, ଆଖି ଦେଖେ କେତେ ସ୍ବପ୍ନ, ସବୁ ମନେ ରହେନା
ରାତିରେ ଶୋଇ-ଶୋଇ, ଆଖି ଦେଖେ କେତେ ସ୍ବପ୍ନ, ସବୁ ମନେ ରହେନା
କିଛି ରାତି, କିଛି ସପନ, ହାଏ
କିଛି ରାତି, କିଛି ସପନ, ମନେ ରହେ
କେବେ ଭୁଲି ହୁଏନା
ହାଏ, ଭୁଲି ହୁଏନା
ସବୁ ଝିଅଙ୍କ ଭିଡ଼ରେ ଭଲଲାଗେ ଜଣେ
ଏ ଆଖି ଭିଡ଼ ଭିତରେ ଖୋଜୁଥାଏ ଜଣେ
ହୋ, ସବୁ ଝିଅଙ୍କ ଭିଡ଼ରେ ଭଲଲାଗେ ଜଣେ
ଏ ଆଖି ଭିଡ଼ ଭିତରେ ଖୋଜୁଥାଏ ଜଣେ
ଅବୁଝା ପାଗଳ ମନ କାରଣ ଖୋଜେନା
ଜଣକୁ ସେ ଭଲପାଏ କାହିଁକି ଜାଣେନା
ଏମିତି ଛୋଟ ବଡ଼, କେତେଯେ ଘଟଣା ଘଟେ, ସବୁ ମନେ ରହେନା
ଏମିତି ଛୋଟ ବଡ଼, କେତେଯେ ଘଟଣା ଘଟେ, ସବୁ ମନେ ରହେନା
କିଛି କଥା, କିଛି ଅନୁଭୂତି, ହାଏ
କିଛି କଥା, କିଛି ଅନୁଭୂତି ମନେ ରହେ
କେବେ ଭୁଲି ହୁଏନା
ହାଏ, ଭୁଲି ହୁଏନା
ବାଟରେ ଚାଲୁ-ଚାଲୁ, କେବେ କିଏ ଦେଖାହୁଏ, ସବୁ ମନେ ରହେନା
ବାଟରେ ଚାଲୁ-ଚାଲୁ, କେବେ କିଏ ଦେଖାହୁଏ, ସବୁ ମନେ ରହେନା
କିଛି ଲୋକ, କିଛି ଚେହେରା, ହାଏ
କିଛି ଲୋକ, କିଛି ଚେହେରା ମନେ ରହେ
କେବେ ଭୁଲି ହୁଏନା
ହାଏ, ଭୁଲି ହୁଏନା
ହାଏ, ଭୁଲି ହୁଏନା
ହାଏ, ଭୁଲି ହୁଏନା