Skip to content

Pagala Mana

Rakesh Mahapatra
Popularity · Low

YouTube

Searching YouTube...

Lyrics

ରେ... ମନ ରେ... ମନ ଅଚଳ ହୃଦୟଟିକୁ ନେଇ ବୁଲୁଛୁ କାଇଁ...? ଜାଣିଛୁ ସେ ଆସିବନି ଫେରି। ତା ବିନା ଜୀଉଁଛୁ ତୁ ଏମିତି ଯେମିତି ଶାମୁକାଟେ ଅଛି ହରେଇ ତା ମୋତି। ଦୂରେଇ ଗଲା ତା ପାଖକୁ ଟାଣି ଦେଲା ହଜେଇ ସେ ଜାଗାକୁ ଆଣି। ତା ସହରର ସେ ଅଜଣା ଗଳି ଜାଣେନା ମୁଁ... ଜାଣେନା। ନୀରବ ଆଖି କିଛି ତ କହୁଛି ଲୁହର କଥା ମତେ ହିଁ ସୁବୁଛି। ତୋ ଜାଗା ଆଉ କେହି ତ ପାଇଛି ବୁଝିଜାଆ ତୁ... ବୁଝିଯାଆ। ନିଜକୁ ହିଁ ଭାଙ୍ଗି ଚାଲିଛୁ ଯା ପାଇଁ ଥରୁଟେ ତୋ କଥା ସେ ଭାବୁ ବି ନାହିଁ। କାନ୍ଦୁଛୁ, ହସୁଛୁ, ତାକୁ ହିଁ ଡାକୁଛୁ। ଝୁରି ଝୁରି ଆଜି ନା ମରିପାରୁଛୁ ନା ଭୁଲିପାରୁଛୁ। ଦୂରେଇ ଗଲା ତା ପାଖକୁ ଟାଣି ଖୋଜି ପାଉନି ରେ ତତେ ମୁଁ ପୁଣି। ପାରୁଛୁ ଯଦି ମୋ ଡାକକୁ ଶୁଣି ଫେରିଆ ତୁ... ଫେରିଆ। ଅପେକ୍ଷା କରିକି ବସିଛି ତୋ ପାଇଁ ବାଟ ତୋର ଚାହିଁ ଦିନରାତି ପାହି। ଗଲାଣି ରେ ମୋର, ଦେଖ ନାହିଁ ତୋର। ଖୋଜୁଛି ତତେ ମୁଁ ପାଗଳ ପରି। ହାଏ ରେ ମୋ ପାଗଳ ମନ ମତେ ଛାଡ଼ି ରହିବୁ ଆଉ କେତେ ଦିନ? ଫେରିଆ ତୁ ମୋ ପାଖକୁ ଛାଡି ଯାଇଥିଲୁ ଯେଉଁଠି ସେ ଜାଗାକୁ। ତା ପାଇଁ ପାଗଳ ବୋଲି ଦୁନିଆ କହେ ତାକୁ ହରେଇଦେଲେ ମୁଁ କିଛି ବି ନୁହେଁ। ସମୟ ଆସିଲେ ସେ ବୁଝିଯିବ ବୋଲି ଭାବୁଥିଲି ଯେ, ତା ପାଖେ ମୁଁ ଗଲି ହାରି। ଆଉ କିଛି ହିଁ କ୍ଷଣ ତା ପରେ ମୋ ପ୍ରେମ ମୋ ସାଥେ ସବୁ ଦିନ ପାଇଁ ଯିବ ସରି। ସେ ନୁହଁ ରେ ତୋର ସେ ଆଉ କାହାର। ତଥାପି ତୁ ତାର ହେଇକି ପାଇବୁ ରେ କଣ...? ତାକୁ ଛାଡି ଆସୁନୁ (ଛାଡି ଆସୁନୁ) ମୋ ପାଖେ ରହୁନୁ (ପାଖେ ରହୁନୁ)। ଏ ଦୁନିଆରେ ମୁଁ ନୁହଁ କି କିଛି ବି ଆଉ ତୋର। ସେ ଆଉ କାହାର! ଫେରିଆ... ଫେରିଆ ଫେରିଆ ରେ ମନ ମୋର। ମୋ ପାଖରେ ହିଁ ରହ ତୁ ଆଉ କିଛି କହନା। ଏ ଦୁନିଆରେ କେହି ନାହିଁ ମୋର ମତେ ଛାଡ଼ି ତୁ ଜାଆନା।