Skip to content

Muhan Muhin Kishora

Popularity · Low

YouTube

Searching YouTube...

Lyrics

(ଗୋପାଳକୃଷ୍ଣ) ମୁହାମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର ଆଜ ଯମୁନା ତୀରେ ହୋଇଗଲା ମା । ଘୋଷା । ବେଳା ଶିଳାରେ ବସି ହେଳାରେ ତନୁ ଘଷି ହେଉଥିଲି ବୟସୀ ଠାରି ଦେଲା ମା । ୧ । ଉଠୁ ମୁଁ ଝଟ କରି ଆଳୀ ଆପଟ କରି ପ୍ରତି ପ୍ରତୀକ ଯାକ ଥରିଗଲା ମା । ୨ । ଫିଟି ଚରମେ କେଶ ଲୋଟୁଥିଲା ଗୋ ବାସ ଥିବାଠାରେ ଯତନେ ନ ଥିଲା ମା । ୩ । ଆଉରି ରହ ବୋଲି ସେ କାଳେ ଭୂରୁବଲ୍ଲୀ ଚାଲି ଚାହୁଁ ମୋ ଜ୍ଞାନ ହଜିଗଲା ମା । ୪ । ପଥରକୁ ଆସୁ ସେ ପଥ ମୋତେ ନ ଦିଶେ ପାଥରେ ବୁଡ଼ ଆଳୀ କହିଦେଲା ମା । ୫ । ବୁଡ଼ିଗଲି ଲାଜରେ କାଳିନ୍ଦୀ ନୀରେ ନୀରେ ଗୋପାଳକୃଷ୍ଣ ବାଟ କଢ଼ାଇଲା ମା । ୬ ।