Skip to content
Lyric
Dive
Public playlists
My playlists
Search
Sign in
Manara Manisa Aaji
Srikanta Das
Popularity · Low
+
🇮🇳 Hindi · Original
0
0
YouTube
Searching YouTube...
Lyrics
Original
Translation
Bilingual
ମନର ମଣିଷ ଆଜି
ମୋତେ ଭଲପାଉଛି
ଶୁଖିଲା ମୋ ମନ ଆକାଶେ
କେତେ ତାର ଫୁଲ ଫୁଟିଛି
ଏଇ ମୋ ନିରୀହ ଆଖି
କେତେଥର ତାକୁ ଦେଖିଛି
ଆଜି କିଆଁ ସପନ ଦେଖି
ରାତିସାରା ନିଦ ଭାଜୁଛି?
ହାତ ଠାରି ଡାକୁଛି ମୋତେ
କାହାର ଚେନାଏ ହସ?
କହୁଛି ସେ ପୋଛିଦେବ
ମୋ ଜୀବନ ଲୁହର ଦାଗ
ହାତ ଠାରି ଡାକୁଛି ମୋତେ
କାହାର ଚେନାଏ ହସ?
କହୁଛି ସେ ପୋଛିଦେବ
ମୋ ଜୀବନ ଲୁହର ଦାଗ
ବରଷା, କାକର, ଶୀତ
କେତେ ଆସି ଚାଲି ଯାଇଛି
ଆଜି ଟିକେ ଇଶାରା ପାଇ
ଦିନ ରାତି ବାଟ ଚାଲୁଛି
ତୁମକୁ ପାଇବା ପାଇଁ
ହଜାଇଛି ଚାରିଟା ଦିଗ
ତୁମର ସେ ପଣତକାନି
ସାଇତିଛି ମୋ ଓଠ ଦାଗ
ନଦୀରେ ମୋ ଛୋଟ ନଉକା
ଚାହିଁଛି ବରଷ ଯାକ
ନେଇଯାଅ ମୋ ହାତ ଧରି
ଶୋଇଯିବି ଜୀବନ ଯାକ
ନିଛାଟିଆ ଜହ୍ନ ରାତିଟା
ଆଜି ପୁଣି ମନେ ପଡୁଛି
କପାଳେ କୁଂକୁମ ଗାର
ଓଠ ସାରା ହସ ଝରୁଛି