Skip to content
Lyric
Dive
Public playlists
My playlists
Search
Sign in
Dil Banjara
Humane Sagar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ପଚାରେନା ତତେ କେତେ ଭଲ ମୁଁ ପାଏ
ଉତ୍ତରଟା ଜମା ମୋ ଭାଷାରେ ସମ୍ଭବ ନୁହେଁ
ପଚାରେନା ତତେ କେତେ ଭଲ ମୁଁ ପାଏ
ଉତ୍ତରଟା ଜମା ମୋ ଭାଷାରେ ସମ୍ଭବ ନୁହେଁ
ତାରା ମେଳେ ଜହ୍ନ ଯେପରି
ହେଇଯାଉ ଭିଡ଼ରେ ବାରି
ମୋ ଜୀବନଠୁ ବେଶି ଦାମି ତୋର ଖୁସି
ଏତିକି ଜାଣେ ରେ
दिल बंजारा, दिल बंजारा ତୋ ପ୍ରେମ ଗଳିରେ
दिल बंजारा, दिल बंजारा, ନାହିଁ ମୁଁ ଆୟତ୍ତରେ
दिल बंजारा, दिल बंजारा ତୋ ପ୍ରେମ ଗଳିରେ
दिल बंजारा, दिल बंजारा, ନାହିଁ ମୁଁ ଆୟତ୍ତରେ
ପଚାରେନା ତତେ କେତେ ମନ ମୋ ଚାହେଁ
କହିବାକୁ ଗଲେ ମୁଁ ଲାଜରେ ଝାଉଁଳିଯାଏ
ପଚାରେନା ତତେ କେତେ ମନ ମୋ ଚାହେଁ
କହିବାକୁ ଗଲେ ମୁଁ ଲାଜରେ ଝାଉଁଳିଯାଏ
ଦରିଆରେ ଲହରୀ ଯେତେ
ତାଠୁ ବେଶି ଚାହେଁ ମୁଁ ତତେ
ତୁ ନିଶ୍ୱାସରେ ରହି ବିଶ୍ୱାସଟେ ହେଇ
ଧଡ଼କୁ ଛାତିରେ
दिल बंजारा, दिल बंजारा ତୋ ପ୍ରେମ ଗଳିରେ
ଥିଲି ବେସାହାରା, ପାଇ ତୋ ସାହାରା ନାହିଁ ମୁଁ ଆୟତ୍ତରେ
दिल बंजारा, दिल बंजारा ତୋ ପ୍ରେମ ଗଳିରେ
ଥିଲି ବେସାହାରା, ପାଇ ତୋ ସାହାରା ନାହିଁ ମୁଁ ଆୟତ୍ତରେ
तारीफ़ ର ହକଦାର ତତେ ଗଢ଼ିଥିବା କାରିଗର
ପରୀଠୁ କିଛି ନୁହେଁ ତୁ କମ, ତୁଳନା ନାହିଁ ତୋର
ଓ, ତୋ ପ୍ରେମରେ ପାଇଗଲା ପରେ ସବୁକିଛି ଅଧିକାର
ନିଜଠୁ ବେଶୀ ନିଜର ଲାଗୁ, ଦୁନିଆଁ ଲାଗେ ପର
ଇଏ କି ସଂଯୋଗ କହ
ଖୁସିରେ ବି ଝରୁଚି ଲୁହ
ତୋ ନିଦ ଭଙ୍ଗା ଆଖି ନିଏ ମୋତେ ଡ଼ାକି
ତରଳି ଯାଏ ରେ
दिल बंजारा, दिल बंजारा ତୋ ପ୍ରେମ ଗଳିରେ
दिल बंजारा, दिल बंजारा, ନାହିଁ ମୁଁ ଆୟତ୍ତରେ
दिल बंजारा, दिल बंजारा ତୋ ପ୍ରେମ ଗଳିରେ
ଥିଲି ବେସାହାରା, ପାଇ ତୋ ସାହାରା ନାହିଁ ମୁଁ ଆୟତ୍ତରେ
ତୋ ଛଡ଼ା କେହି ଯଦି କେବେ ସ୍ୱପ୍ନରେ ବି ଆସିଯାଏ
ପହିଲି ରାତି ଭାଙ୍ଗିଲେ ନିଦ, ମନକୁ ପାପ ଛୁଏଁ
ଓ, ଛୁଇଁବାକୁ ତତେ ଟିକେ ଯେବେ ବାହାନା ମୁଁ ଖୋଜିହୁଏ
ପବନ କାଇଁ ବେଗ ବଢ଼େଇ ଇର୍ଷାରେ ଜଳିଯାଏ?
ସପନ ସବୁ ଘଟୁଛି ସତ
ଧରିନେଲା ପରେ ତୋ ହାତ
ମୋ ମେହେନ୍ଦୀର ଦାଗ ଝଟକୁଛି ଆଗ ତୋରି ନା'ରେ
दिल बंजारा, दिल बंजारा ତୋ ପ୍ରେମ ଗଳିରେ
ଥିଲି ବେସାହାରା, ପାଇ ତୋ ସାହାରା ନାହିଁ ମୁଁ ଆୟତ୍ତରେ
दिल बंजारा, बंजारा ତୋ ପ୍ରେମ ଗଳିରେ
दिल बंजारा, दिल बंजारा, ନାହିଁ ମୁଁ ଆୟତ୍ତରେ