Mo Mana Kagajare
Popularity · Low
YouTube
Searching YouTube...
Lyrics
ମୋ ମନର କାଗଜରେ
ଲେଖିଦେଲି ତୁମ ନାଁ, ତୁମ ନାଁ
ମୋ ମନର କାଗଜରେ
ଲେଖିଦେଲି ତୁମ ନାଁ, ତୁମ ନାଁ
ପଢିଛ କି କହିଦିଅ
କୁହନା, କୁହନା, ଟିକେ କୁହନା
ମୋ ଆଖିର ପରଦାରେ
ଛାପି ଦେଲି ତୁମ ନା, ତୁମ ନା
ଦେଖିଛ କି କହିଦିଅ
କୁହନା, କୁହନା, ଟିକେ କୁହନା
ମୋ ମନର କାଗଜରେ...
ଜହ୍ନକୁ ଦେଖିଲେ ତୁମ ମୁହଁ ଦିଶୁଚି
ମେଘ ଉହା ଡ଼ର ଲୁଚି ମତେ ଡ଼ାକୁଚି
ଜହ୍ନ କୁ ଦେଖିଲେ ତୁମ ମୁହଁ ଦିଶୁଚି
ମେଘ ଉହା ଡ଼ର ଲୁଚି ମତେ ଡ଼ାକୁଚି
ଆସ ଆସ ତୁମେ ଆସ
ଛୁଇଁ ଦିଅନା.
ଛୁଇଁ ଦିଅନା, ଟିକେ ଛୁଇଁ ଦିଅନା
ପବନର ଲଫାପାରେ ଦେଲି ଉଡ଼େଇ
ମିଠା ମିଠା ଚୁମା କିଛି ତୁମରି ପାଇଁ
ପବନର ଲଫାପାରେ ଦେଲି ଉଡ଼େଇ
ମିଠା ମିଠା ଚୁମା କିଛି ତୁମରି ପାଇଁ
ଚୁମାଟିଏ ଫେରାଇବା
କଥା ଦିଅନା
କଥା ଦିଅନା, ମତେ କଥା ଦିଅନା
ମୋ ମନର କାଗଜରେ...
ପ୍ରଥମ ଦେଖାରେ ସବୁ କହିସାରିଚି
ଓଠରେ ନକହି ଇଶାରାରେ କହିଚି
ପ୍ରଥମ ଦେଖାରେ ସବୁ କହିସାରିଚି
ଓଠରେ ନକହି ଇଶାରାରେ କହିଚି
ସବୁ ବୁଝି, ସବୁ ଜାଣି
କିଛି ଜାଣନା
କିଛି ଜାଣନା, ହୋ-ହୋ କିଛି ଜାଣନା
ତୁ ପରା କହୁଚୁ ବୁଝୁ ଆଖିର ଭାଷା
କେମିତିକା ବୁଝିଲୁନି ପ୍ରେମର ଭାଷା?
ତୁ ପରା କହୁଚୁ ବୁଝୁ ଆଖିର ଭାଷା
କେମିତିକା ବୁଝିଲୁନି ପ୍ରେମର ଭାଷା?
ମୁହଁ ଖୋଲି ଥରେ କହ
ହଁ କି ନା
ହଁ କି ନା, କହ ହଁ କି ନା
ହଁ ବାବା, ହଁ, ହଁ, ହଁ