Skip to content
Lyric
Dive
Public playlists
My playlists
Search
Sign in
Se Gauda Pua
Kumar Bapi
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ସେ ଗଉଡ଼ ପୁଅ
ତାକୁ ଲହୁଣୀ ଦିଅ
ସେ ଗଉଡ଼ ପୁଅ, ତାକୁ ଲହୁଣୀ ଦିଅ
ସେ ଗଉଡ଼ ପୁଅ, ତାକୁ ଲହୁଣୀ ଦିଅ
ହାତ ଟେକିଦେଇଛି, ଦେଇଛି, ଦେଇଛି, ଟେକିଦେଇଛି
ହାତ ଟେକିଦେଇଛି, ତାକୁ କୋଳକୁ ନିଅ, କୋଳକୁ ନିଅ
ସେ ଗଉଡ଼ ପୁଅ
ତାକୁ ଲହୁଣୀ ଦିଅ
କିଏ କହେ କଳା ସାଆନ୍ତ, ଖାଏନି କିଛି
କହ ତାକୁ ଶବରୀ ପରି, କିଏ ଯାଚୁଛି
କିଏ କହେ କଳା ସାଆନ୍ତ, ଖାଏନି କିଛି
କହ ତାକୁ ଶବରୀ ପରି, କିଏ ଯାଚୁଛି
କିଏ ଯଶୋଦା ହୁଅ, ତାକୁ ଖୁଆଇଦିଅ
କିଏ ଯଶୋଦା ହୁଅ, ତାକୁ ଖୁଆଇଦିଅ
ସେ କାନି ଖୋଜୁଛି, ଖୋଜୁଛି, ଖୋଜୁଛି, କାନି ଖୋଜୁଛି
ସେ କାନି ଖୋଜୁଛି, ତାକୁ ଶୁଆଇଦିଅ, ଶୁଆଇଦିଅ
ସେ ଗଉଡ଼ ପୁଅ
ତାକୁ ଲହୁଣୀ ଦିଅ
କିଏ ତାକୁ ନେଇଯିବ ଲୋ ବୃନ୍ଦାବନକୁ?
କିଏ ତାକୁ ଫେରେଇବ ଲୋ ତା ପିଲାଦିନକୁ?
କିଏ ତାକୁ ନେଇଯିବ ଲୋ ବୃନ୍ଦାବନକୁ?
କିଏ ତାକୁ ଫେରେଇବ ଲୋ ତା ପିଲାଦିନକୁ?
ଏଇ ରତ୍ନପଲଙ୍କ, ତାକୁ ଲାଗୁନି ସୁଖ
ଏଇ ରତ୍ନପଲଙ୍କ, ତାକୁ ଲାଗୁନି ସୁଖ
ସିଏ ଯିବ କହୁଛି, କହୁଛି, କହୁଛି, ଯିବ କହୁଛି
ସିଏ ଯିବ କହୁଛି, ତାକୁ ଗୋପକୁ ନିଅ, ଗୋପକୁ ନିଅ
ସେ ଗଉଡ଼ ପୁଅ
ତାକୁ ଲହୁଣୀ ଦିଅ
ସେ ଗଉଡ଼ ପୁଅ
ତାକୁ ଲହୁଣୀ ଦିଅ
ହାତ ଟେକିଦେଇଛି, ଦେଇଛି, ଦେଇଛି, ଟେକିଦେଇଛି
ହାତ ଟେକିଦେଇଛି, ତାକୁ କୋଳକୁ ନିଅ, କୋଳକୁ ନିଅ
ନିଅ ଲୋ ନିଅ, କୋଳକୁ ନିଅ
ନିଅ ଲୋ ନିଅ, କୋଳକୁ ନିଅ