Skip to content
Lyric
Dive
Public playlists
My playlists
Search
Sign in
Kie Lo To Mathare Dela Sindura
Humane Sagar
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
କିଏଲୋ ତୋ ମଥାରେ ଦେଲା ସିନ୍ଦୂର?
ଓ, କିଏଲୋ ତୋ ମଥାରେ ଦେଲା ସିନ୍ଦୂର?
କେମିତି ହେଲୁ ତୁ ଲୋ ଆଉ କାହାର?
ଲୁହ ଦେଇ ଚାଲିଗଲୁ ଆଖିରେ ମୋର
ହାଏ, ତୁ ପରା ଥିଲୁ ପ୍ରିୟା ଜୀବନ ମୋର
କିଏଲୋ କରିନେଲା ତତେ ନିଜର?
ଆମ ପ୍ରେମରେ ଲାଗିଲା କାହା ନଜର
ହାଏ, ଅଧା ରହିଗଲା ପ୍ରିୟା ପ୍ରେମ ଆମର
ହୋ, କଥା ଦେଇଥିଲୁ ଦିନେ ଭୁଲିବୁନି ମତେ
କେମିତି ଚାଲିଲୁ ବାଟ ଆଉ କାହା ସାଥେ?
ହୋ, ଆଉ କାହା ଭାବନାରେ ଭିଜିଲା ତୋ ମନ
ଚୁନା-ଚୁନା ହେଇଗଲା ମୋ ସୁନା ସପନ
କଉଠି ଉଣାଥିଲା ପ୍ରେମରେ ମୋର?
ହୋ, କଉଠି ଉଣାଥିଲା ପ୍ରେମରେ ମୋର?
ସାଜିଲୁ ବଧୂଟିଏ ଆଉ କାହାର
ଛାତି ଚିରି ନେଇଗଲୁ ଜୀବନ ମୋର
ହାଏ, ଅଧା ରହିଗଲା ପ୍ରିୟା ପ୍ରେମ ଆମର
ବେଦିରେ ବସିଲା ବେଳେ ଭାବିଲୁନି ଥରେ
କେମିତି ବଞ୍ଚିବି ପ୍ରିୟା ତୁ ଗଲା ପରେ?
ହାଏ, ମୋ ଜୀବନ ଜାଳିଦେଇ ଛଳନା ନିଆଁରେ
କେମିତି ପାରିଲୁ ଶୋଇ ଆଉ କା ଶେଯରେ?
ବାଛି ତୁ ନେଲୁ ପ୍ରିୟା ଖୁସିକୁ ତୋର
ହୋ, ବାଛି ତୁ ନେଲୁ ପ୍ରିୟା ଖୁସିକୁ ତୋର
ଲିଭେଇ ଦେଲୁ ସବୁ ସ୍ମୃତିକୁ ମୋର
ଆଉ କାହା ହୃଦୟରେ କରିଲୁ ଘର
ହୋ, କିଏଲୋ ତୋ ମଥାରେ ଦେଲା ସିନ୍ଦୂର?
କେମିତି ହେଲୁ ତୁଲୋ ଆଉ କାହାର?
ଲୁହ ଦେଇ ଚାଲିଗଲୁ ଆଖିରେ ମୋର
ହୋ, ଅଧା ରହିଗଲା ପ୍ରିୟା ପ୍ରେମ ଆମର