Skip to content

Aaina Kebe Micha Kahena

Babool Sapriyo
Popularity · Low

YouTube

Searching YouTube...

Lyrics

ଆଇନା, ହଁ-ହଁ ଆଇନା କେବେ ମିଛ କହେନା ସବୁବେଳେ ସତ କହେ ହଁ ଆଇନା କେବେ ମିଛ କହେନା ସବୁବେଳେ ସତ କହେ ଆଇନାରେ କାଚ ବଦଳେ ନାହିଁରେ ଆଇନାରେ କାଚ ବଦଳେ ନାହିଁରେ ହେଲେ ଏ ଚେହେରା ବଦଳି ଯାଏରେ ଚେହେରା, ହଁ-ହଁ ଚେହେରା କେବେ ସତ କହେନା ସବୁବେଳେ ମିଛ କହେ ହଁ ଆଇନା କେବେ ମିଛ କହେନା ସବୁବେଳେ ସତ କହେ ସବୁବେଳେ ସତ କହେ ଋତୁ ଆସି ଋତୁ ଚାଲି ଗଲାପରେ ଋତୁ ଆସି ଋତୁ ଚାଲି ଗଲାପରେ ଯଉବନ ଚାଲିଯାଏ ହୋ, ଜାଣିହୁଏ ନାହିଁ କେବେ ଧୀରେ ଧୀରେ ଜାଣିହୁଏ ନାହିଁ କେବେ ଧୀରେ ଧୀରେ ରୂପ ରଙ୍ଗ ଢଳିଯାଏ ଦିନ ରାତି କିଛି ବଦଳେ ନାହିଁରେ ଦିନ ରାତି କିଛି ବଦଳେ ନାହିଁରେ ହେଲେ ଏ ସମୟ ବଦଳି ଯାଏରେ ବୟସ, ହଁ-ହଁ ବୟସ କେବେ ଲୁଚି ରହେନା ଆଇନାରେ ଧରା ପଡ଼େ ହଁ ଆଇନା କେବେ ମିଛ କହେନା ସବୁବେଳେ ସତ କହେ ସବୁବେଳେ ସତ କହେ ଜହ୍ନ ଆଉ ହସେ ନାହିଁ ଲୁଚିଯାଏ ଜହ୍ନ ଆଉ ହସେ ନାହିଁ ଲୁଚିଯାଏ ଅମାବାସ୍ୟା ଆକାଶରେ କୋଇଲି ତା ଗୀତ ଆଉ ଗାଏ ନାହିଁ କୋଇଲି ତା ଗୀତ ଆଉ ଗାଏ ନାହିଁ ଆଷାଢ଼ରେ ବରଷାରେ ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ ସ୍ନେହ, ଶ୍ରଦ୍ଧା, ପ୍ରେମ ବଦଳି ଯାଏରେ ଅତିତ, ହଁ-ହଁ ଅତିତ କେବେ ଭୁଲି ହୁଏନା ସବୁବେଳେ ମନେ ରହେ ହୋ ଆଇନା କେବେ ମିଛ କହେନା ସବୁବେଳେ ସତ କହେ ଆଇନାରେ କାଚ ବଦଳେ ନାହିଁରେ ଆଇନାରେ କାଚ ବଦଳେ ନାହିଁରେ ହେଲେ ଏ ଚେହେରା ବଦଳି ଯାଏରେ ଚେହେରା, ହଁ-ହଁ ଚେହେରା କେବେ ସତ କହେନା ସବୁବେଳେ ମିଛ କହେ ହୋ ଆଇନା କେବେ ମିଛ କହେନା ସବୁବେଳେ ସତ କହେ ସବୁବେଳେ ସତ କହେ ସବୁବେଳେ ସତ କହେ