Kaniru Mo Phitigala Lo
Ira Mohanty
Popularity · Low
YouTube
Searching YouTube...
Lyrics
କାନିରୁ ମୋ କାନିରୁ ମୋ କାନିରୁ ମୋ ଫିଟିଗଲାଲୋ
ଗଲାଲୋ ଫିଟିଗଲାଲୋ
କାଳିଆ ବଇଁଶି ବାଲା କାଳିଆ ବଇଁଶି ବାଲା
ଯେତେ ତା ମଥାରେ ଖୋସେ ମୁଁ ଚାରୁଚନ୍ଦ୍ରିକା
ସେତେଲୋ ତା ମନ ଖୋଜଇ ଗୋପ ରାଧିକା
ହାଏ ତାକୁ ହାଏ ତାକୁ ରାଧାପ୍ରେମ ସାରିଦେଲା ସଖୀ ସାରିଦେଲା
କାଳିଆ ବଇଁଶି ବାଲା ହାଏ କାଳିଆ ବଇଁଶି ବାଲା
ଷୋହଳସହସ୍ର ଗୋପୀଙ୍କୁ ହସେଇ
ରାଧାକୁ ଲୋ ଜଳଉ ଥିଲା-ଜଳଉ ଥିଲା-ଜଳଉ ଥିଲା
ସେଖେଳ ଏବେ ସେ ଖେଳୁଛି ମୋ ସାଥେ
ଦଗାଦିଆ ଗଉଡ ପିଲା-ଗଉଡ ପିଲା-ଗଉଡ ପିଲା
ଯେତେଲୋ ତା ପାଇଁ ପିନ୍ଧେ ମୁଁ ଭାବଦୟଣା
ସେତେଲୋ ମୋତେ ସେ ପିନ୍ଧାଏ ଲୁହ ଗହଣା
ମନ ତାର-ମନ ତାର ଆଗ ଭଳି ରହିଗଲା ସଖୀ ରହିଗଲା
କାଳିଆ ବଇଁଶି ବାଲା ହାଏ କାଳିଆ ବଇଁଶି ବାଲା
ଗୀତା,ଭାଗବତ ପୁରାଣ କହୁଛି
ବିଷ୍ଣୁଭକ୍ତ ଜନମ ଦୁଃଖି-ଜନମ ଦୁଃଖି-ଜନମ ଦୁଃଖି
ସବୁ ଜାଣି ମୁହିଁ ତା ପାଖରେ କାହିଁ
ଏଇ ମନ ଦେଲିଲୋ ବିକି-ଦେଲିଲୋ ବିକି-ଦେଲିଲୋ ବିକି
ଦୁନିଆଁ ଭିତରେ ସେପରା ମୋ ନୂଆ ପାରା
ଖୋଜିଲେ କାହାକି ଦିଏ ନାହିଁ ସିଏ ଧରା
ଭଜିଭଜି-ଭଜିଭଜି ଦିନ ମୋର ସରିଗଲା ସଖୀ ସରିଗଲା
କାଳିଆ ବଇଁଶି ବାଲା
କାନିରୁ ମୋ କାନିରୁ ମୋ କାନିରୁ ମୋ ଫିଟିଗଲାଲୋ
ଗଲାଲୋ ଫିଟିଗଲାଲୋ କାଳିଆ ବଇଁଶି ବାଲା କାଳିଆ ବଇଁଶି ବାଲା
ଯେତେ ତା ମଥାରେ ଖୋସେ ମୁଁ ଚାରୁଚନ୍ଦ୍ରିକା
ସେତେଲୋ ତା ମନ ଖୋଜଇ ଗୋପ ରାଧିକା
ହାଏ ତାକୁ ହାଏ ତାକୁ ରାଧାପ୍ରେମ ସାରିଦେଲା ସଖୀ ସାରିଦେଲା
କାଳିଆ ବଇଁଶି ବାଲା
କାଳିଆ ବଇଁଶି ବାଲା
କାଳିଆ ବଇଁଶି ବାଲା
କାଳିଆ ବଇଁଶି ବାଲା