Skip to content
Lyric
Dive
Public playlists
My playlists
Search
Sign in
Sadhaba Pua
Ira Mohanty, Malaya Mishra
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ସାଧବପୁଅରେ ସାଧବପୁଅ
କେବେ ଆସିବୁ କହ
ମୋ ସିନ୍ଦୁର ସଉଦା ସରିଲାଣି
ସୁନା ସଵାରୀ ସଜେଇ ସାରିଲିଣି
ମୁଁ ଆସୁଛି ଆସୁଛି ଟିକେ ରହ
ସାଧବ ପୁଅରେ ସାଧବପୁଅ
କେବେ ଆସିବୁ କହ
ଫୁଲରାଣୀ ଲୋ ଫଗୁଣରୁ ରଙ୍ଗ ଆଣି ଲୋ
ପାଦରେ ତୋ ଦେବି ଟାଣିଲୋ
ପାଦ ମୋର ଛୁମି ଛୁମି ନାଚୁଛି
ପବନେ ମୁଁ ଝୁଲି ଝୁଲି ଝୁଲି ଯାଉଛି
ସାଧବାଣୀଲୋ ମନ କଥା ତୋର ଜାଣିଲୋ
ଆଣିବି ମୁଁ ତୋତେ ଟାଣିଲୋ
ଟାଣି ହେଇ ଛାଁ ଛାଁ ଛାଁ ଯାଉଛି
ତୋତେ ପୁଣି ଆ ଆ ଡାକୁଛି
ରୁପା ପଲଙ୍କ ଗଢେଇ ରଖିଲିଣି
ସୁନା ପାଲିଙ୍କି ଦୁଆରେ ରହିଲାଣି
ମୁଁ ଆସୁଛି ଆସୁଛି ଟିକେ ରହ
ସାଧବ ପୁଅରେ ସାଧବପୁଅ
କେବେ ଆସିବୁ କହ
ଋତୁରାଜାରେ ତୋ ପ୍ରେମରେ ମୋତେ ଭିଜାରେ
ତୋ ସପନେ ମୋତେ ସଜାରେ
ସପନ ମୋ ସୁନା ସୁନା ସୁନା ଲାଗୁଚି
ତୋ ଚେହେରା ଚିନ୍ହା ଚିନ୍ହା ଚିନ୍ହା ଲାଗୁଚି
ବାଲିରାଜାରେ ବାହାବାଜା ଥରେ ବଜାରେ
ପଡ଼ିଲାଣି ତୋର ଖୋଜାରେ
ତୋତେ ଆଜି ଖୋଜି ଖୋଜି ଖୋଜି ପାଇଛି
ମେଘ ନାହିଁ ଭିଜି ଭିଜି ଭିଜି ଯାଉଛି
ଲାଜ ରଙ୍ଗର ଓଢଣା ଟାଣିଲିଣି
ହସ ଫୁଲର ଗହଣା ପିନ୍ଧିଲିଣି
ମୁଁ ଆସୁଛି ଆସୁଛି ଟିକେ ରହ
ସାଧବ ଝିଅଲୋ ସାଧବ ଝିଅ
କେବେ ଆସିବୁ କହ