Skip to content
Lyric
Dive
Public playlists
My playlists
Search
Sign in
Prema Kumari
Humane Sagar
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ତୋଫା-ତୋଫା ସେଇ ଦେହରେ ତୋର
ହଳଦୀ ମାଖିଲେ ଲାଗୁ ରାଜ-ନନ୍ଦିନୀ
ମନ ଭୁଲାଣିଆ ମହକ ବିଞ୍ଚି
କରିଦେଲୁ ମତେ ତୋ ମନ-ବନ୍ଦିନୀ
ହୋ, ତୋଫା-ତୋଫା ସେଇ ଦେହରେ ତୋର
ହଳଦୀ ମାଖିଲେ ଲାଗୁ ରାଜ-ନନ୍ଦିନୀ
ମନ ଭୁଲାଣିଆ ମହକ ବିଞ୍ଚି
କରିଦେଲୁ ମତେ ତୋ ମନ-ବନ୍ଦିନୀ
ତୋ ରୂପେଲି ମୁହଁ, କେମିତି କହ?
ତୋ ରୂପେଲି ମୁହଁ, କେମିତି କହ?
କଲା ମୋ ନିଦ ଚୋରି
ହାଏରେ ମୋ ପ୍ରେମ-କୁମାରୀ
ତୁ ଗୋଟେ ଇଶାରା ରେ ନେଲୁ ନିଜର କରି
ହଁ, ମୁଁ ତୋର ପ୍ରେମ-କୁମାରୀ
ତୋ ପ୍ରେମରେ ପଡ଼ିକି ମୁଁ ହେଲି ବେଶୀ ସୁନ୍ଦରୀ
ଯେବେ-ଯେବେ ତୋ ନାଆ ମୁଁ ଧରି ନଉଛି
ଏ ଦୁନିଆଁ ଟା ଈର୍ଷା ରେ ତ ଜଳି ଯାଉଛି
ହଁ, ତୋ ଆଖିରେ ଯେବେଠାରୁ ମତେ ଦେଖିଛି
ସବୁରାତି ପୁନେଇ ର ତିଥି ଆଣିଛି
ତୁ ପାଉଁଜି ପିନ୍ଧି, ଗଲେରେ ଚାଲି
ତୁ ପାଉଁଜି ପିନ୍ଧି, ଗଲେରେ ଚାଲି
ପାଗଳ ଦଉ କରି
ହାଏରେ ମୋ ପ୍ରେମ-କୁମାରୀ
ତୁ ଗୋଟେ ଇଶାରା ରେ ନେଲୁ ନିଜର କରି
ହଁ, ମୁଁ ତୋର ପ୍ରେମ-କୁମାରୀ
ତୋ ପ୍ରେମରେ ପଡ଼ିକି ମୁଁ ହେଲି ବେଶୀ ସୁନ୍ଦରୀ
ହୋ-ହୋ-ହୋ
ହୋ-ହୋ-ହୋ
ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ
ଯଉଦିନ ଆକାଶର ଚାନ୍ଦ ଲିଭିବ
ସେଇଦିନ ମନ ଆମ ଅଲଗା ହବ
ହୋ, ଫୁଲ ଯେବେ ଭଅଁର କୁ ଦୂରେଇ ଦବ
ନିରୀହ ସେ ଭଅଁର କି ସହି ପାରିବ
ଆରେ କେହି କାହାଠୁ, ହବାନି ଦୂର
କେହି କାହାଠୁ, ହବାନି ଦୂର
ମରଣ ଯିବ ଡ଼ରି
ହାଏରେ ମୋ ପ୍ରେମ-କୁମାରୀ
ତୁ ଗୋଟେ ଇଶାରା ରେ ନେଲୁ ନିଜର କରି
ହଁ, ମୁଁ ତୋର ପ୍ରେମ-କୁମାରୀ
ତୋ ପ୍ରେମରେ ପଡ଼ିକି ମୁଁ ହେଲି ବେଶୀ ସୁନ୍ଦରୀ