Skip to content
Lyric
Dive
Public playlists
My playlists
Search
Sign in
Ley Labina
Srikanta Das
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଲେ ଲବିନା, ଟିକେ ପଛକୁ ଅନା
ପଛରେ ହସୁଛି କାଳିଆ ନନା
କାଳିଆ ନନାର ହାତ ଖଣ୍ଡିଆ
କାଳିଆ ନନାର ହାତ ଖଣ୍ଡିଆ
ଏ, ଦର୍ଶନ କରୁଛି all India
ଲେ ଲବିନା, ଟିକେ ପଛକୁ ଅନା
ପଛରେ ହସୁଛି କାଳିଆ ନନା
ଲେ ଲବିନା, ଟିକେ ଆଗକୁ ଅନା
ଆଗରେ ଉଡୁଛି ତିରଙ୍ଗା ବାନା
ତିରଙ୍ଗା ବାନାର ତିନଟି ରଙ୍ଗ
ତିରଙ୍ଗା ବାନାର ତିନଟି ରଙ୍ଗ
ବଦଳି ଗଲାଣି ଦେଶର ଢଙ୍ଗ
ଲେ ଲବିନା, ଟିକେ ପଛକୁ ଅନା
ପଛରେ ହସୁଛି କାଳିଆ ନନା
ଲେ ଲବିନା, ଟିକେ ତଳୁକୁ ଅନା
ତଳେ ବୁଲୁଛନ୍ତି ପଲ-ପଲ ଶାଗୁଣା
ଶାଗୁଣା ପଲର ଡେଣା ତ ନାହିଁ
ଶାଗୁଣା ପଲର ଡେଣା ତ ନାହିଁ
ଜିଆନ୍ତା ମଣିଷ ଖାଆନ୍ତି ଭାଇ
ଲେ ଲବିନା, ଟିକେ ପଛକୁ ଅନା
ପଛରେ ହସୁଛି କାଳିଆ ନନା
ଲେ ଲବିନା, ଟିକେ କଡକୁ ଅନା
ହାତେ ବାଡ଼ି ଧରି ଠିଆ ବାପୁଜି ନନା
ବାପୁଜି ବୁଢ଼ାର ଆଖିରେ ଲୁହ
ବାପୁଜି ବୁଢ଼ାର ଆଖିରେ ଲୁହ
ତା ରାମ ରାଇଜରେ ଆଜି ଯମର ଭୟ
ଲେ ଲବିନା, ଟିକେ ପଛକୁ ଅନା
ପଛରେ ହସୁଛି କାଳିଆ ନନା
ଲେ ଲବିନା, ଟିକେ ପଛକୁ ଅନା
ଲେ ଲବିନା, ଟିକେ ପଛକୁ ଅନା
ଲେ ଲବିନା...