Skip to content

Han Matira Kandhei

Nibedita, Prem Anand
Popularity · Low

YouTube

Searching YouTube...

Lyrics

ନା ମାଟିର କଣ୍ଢେଇ ନା କାଚର କଣ୍ଢେଇ ନା କାଗଜ କଣ୍ଢେଇ ନା ମହମ କଣ୍ଢେଇ ନା ମାଟିର କଣ୍ଢେଇ, ନା କାଚର କଣ୍ଢେଇ ନା କାଗଜ କଣ୍ଢେଇ, ନା ମହମ କଣ୍ଢେଇ କଣ୍ଢେଇ ମୁଁ ସତ-ସତିକା ମନ କିଣିନବ ଯିଏ ମୁଁ ତା ପାଇଁକା ହଁ, ମନ କିଣିନବ ଯିଏ ମୁଁ ତା ପାଇଁକା ନା ରଜାର ପୁଅ ମୁଁ, ନା ସାଧବ ପୁଅ ମୁଁ କିଣିବି କେମିତି ଗରିବ ପୁଅ ମୁଁ? ବାମନ ମୁଁ ତମ ପାଇଁକା ଦୂର ଆକାଶର ଜହ୍ନ ତମେ ମୋ ପାଇଁକା ହଁ, ମନ କିଣିନବ ଯିଏ ମୁଁ ତା ପାଇଁକା ତେର ନଇଁ ଡେଇଁ, ଦରିଆ ସେପାରି ଶଙ୍ଖା, ଶାମୁକାର ଦ୍ୱୀପ ଅଜଗର ଚିରି କିଏ ଆଣିଦବ? ଆଇନା-କୁହୁକ-ସିପ ଅଜଗର ମାରି, ଆଇନାକୁ ଧରି ଆସିବି ବାହାରି ଦରିଆ ପହଁରି ଢେଇ ସାଥେ ନାଚି-ନାଚିକା ଡ଼ର ନାହିଁ ମରିବାକୁ ତମ ପାଇଁକା ହଁ, ମନ କିଣିନବ ଯିଏ ମୁଁ ତା ପାଇଁକା ଅଳପ ବୁଦ୍ଧିରେ ଯେତିକି ବୁଝିଚି ତମେ ରଜାଘର ଝିଅ କି ଅବା ଅଭାବ ପୂରଣ କରିବ? ମାମୁଲି ଗୁଡ଼ିଆ ପୁଅ କି ରାଜା କି ପ୍ରଜା, ଧନୀ କି ଗରିବ ସବୁରି କିଛିତ ଥାଏ ଯେ ଅଭାବ ଖୋଜୁଛି ମୁଁ ତମ ପରିକା ପାଖେ ପାଖେ ଥିବ ମୋର ଛାଇ ପରିକା ହାଁ, ଜୀବନ ଲଢ଼େଇ ଦେବି ମୁଁ ତମ ପାଇଁକା ହଁ, ମନ କିଣିଦେଲ ମୋର, ମୁଁ ତମ ପାଇଁକା