Skip to content
Lyric
Dive
Public playlists
My playlists
Search
Sign in
Tora Krushnachuda Hansa
Kuldeep Pattanaik
Popularity · Low
+
🇮🇳 Hindi · Original
0
0
YouTube
Searching YouTube...
Lyrics
Original
Translation
Bilingual
ଧିମା-ଧିମା ତୋ ନିଶ୍ୱାସର ଏ ଧାସ
ବାନ୍ଧି ମୋତେ ରେ ସମୟେ ବୁଣେ ଫାସ
ମୋତେ ବିଗାଡ଼ି ଦେଲାଣି ତୋ ସ୍ପର୍ଶ
ମିଛଟାରେ ଦିଏ ବୟସର ଦୋଷ
ନିତି ସପନେ ତୋ ସାଥେ ଭେଟୁଛି
ହଁ, ଏମିତି କାହିଁକି ମୋ ସାଥେ ଘଟୁଛି?
କହ ତୋ ପାଖେ ଏମିତି କ'ଣ ଅଛି
କହ ତୋ ପାଖେ ଏମିତି କ'ଣ ଅଛି
ତୋ କୃଷ୍ଣଚୂଡ଼ା-ହସ ମାରିଦଉଛି
ତୋ କୃଷ୍ଣଚୂଡ଼ା-ହସ ମାରିଦଉଛି
ମୁଁ ତୋ ଆଡ଼େ ଟାଣି ହେଇଯାଉଛି
ମୁଁ ତୋ ଆଡ଼େ ଟାଣି ହେଇଯାଉଛି
ଲାଗିଯିବ ତୋଠି କାହା ନଜର କାଳେ
ଗହଳିଠୁ ଦୂରେ ରହ ତୁ ସବୁବେଳେ
ହାବ-ଭାବ ମୋର ତୋ ପାଇଁ ବଦଳେ
ଅସୁମାରୀ ଆଶା ଖେଳେ ମନତଳେ
ସବୁଠି ମୋ ଆଖି ତୋତେ ହିଁ ଖୋଜୁଛି
ତୋ ପାଇଁ ମୋ ପାଦ ପାଉଁଜି ବାଜୁଛି
ଅଳ୍ପ ଦେଖାଦେଇ କାଇଁ ଯାଉ ଲୁଚି?
ଅଳ୍ପ ଦେଖାଦେଇ କାଇଁ ଯାଉ ଲୁଚି?
ତୋ କୃଷ୍ଣଚୂଡ଼ା-ହସ ମାରିଦଉଛି
ତୋ କୃଷ୍ଣଚୂଡ଼ା-ହସ ମାରିଦଉଛି
ମୁଁ ତୋ ଆଡ଼େ ଟାଣି ହେଇଯାଉଛି
ମୁଁ ତୋ ଆଡ଼େ ଟାଣି ହେଇଯାଉଛି
ମଝି ଦରିଆରେ ଥିଲି ଫସି ମୁଁ ରହି
ବତୀଘର ହେଇ ନେଲୁ ବାଟ କଢ଼େଇ
ନେଇଗଲୁ ମୋତେ ମୋ ଠାରୁ ଛଡ଼େଇ
ଅଜବ ଏ ଅନୁଭବ ତତେ ପାଇ
ଅଦିନେ ମଳୟ ତୋ ପାଇଁ ବହୁଛି
ଯୁଆଡ଼େ ଯାଉଛି ତୋତେ ହିଁ ପାଉଛି
ଯେବେଠାରୁ ମୋ ମନରେ ଗଲୁ ଲୁଚି
ଯେବେଠାରୁ ମୋ ମନରେ ଗଲୁ ଲୁଚି
ମୁଁ ତୋ ଆଡ଼େ ଟାଣି ହେଇଯାଉଛି
ମୁଁ ତୋ ଆଡ଼େ ଟାଣି ହେଇଯାଉଛି
ତୋ କୃଷ୍ଣଚୂଡ଼ା-ହସ ମାରିଦଉଛି
ତୋ କୃଷ୍ଣଚୂଡ଼ା-ହସ ମାରିଦଉଛି