Rupa Hoithiba
Chitta Jena
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକି ମଉନାବତି
ଏମିତି ଯଦି ମିଳିବ ସାଥି
ମଧୁ ବରଷିବ ରାତି, ରାତି
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକି ମଉନାବତି
ଏମିତି ଯଦି ମିଳିବ ସାଥି
ମଧୁ ବରଷିବ ରାତି, ରାତି
ରୂପ ହୋଇଥିବ ଲାବଣ୍ୟବତୀ
ରଚିବି ଏକ ଛୋଟ ଘର, ସପନ ଛୁଆଁ ଦେଇ
ଆକାଶ ହେବ ଅଗଣା ମୋର, ତାରା ଫୁଲରେ ଛାଇ
ରଚିବି ଏକ ଛୋଟ ଘର, ସପନ ଛୁଆଁ ଦେଇ
ଆକାଶ ହେବ ଅଗଣା ମୋର, ତାରା ଫୁଲରେ ଛାଇ
ଜୋଛନା କହି ଝରୁଥିବ, ପ୍ରୀତି ଦିଉଷ ବୁଡ଼ି
ମଳୟ ନୀତି ବହୁଥିବ ପ୍ରିୟା ପଣତ ଛୁଇଁ
କେତେଯେ ଜହ୍ନ ରାତି
କେତେଯେ ଜହ୍ନ ରାତି
ବାହୁରେ ମୋ ଝୁଲୁଥିବ, ଫୁଲ ଝୁଲଣାରେ ଫୁଲ ମୋତି
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକି ମଉନାବତି
ଏମିତି ଯଦି ମିଳିବ ସାଥି
ମଧୁ ବରଷିବ ରାତି, ରାତି
ରୂପ ହୋଇଥିବ ଲାବଣ୍ୟବତୀ
ଫଗୁଣ ସାଜି ଦବ ମୋର ପ୍ରିୟାକୁ ରଙ୍ଗେ ଭରି
କୋଇଲି ତାକୁ ଆଣିବ ଡ଼ାକି ପାସେ ମୋ ଥିରି-ଥିରି
ଫଗୁଣ ସାଜି ଦବ ମୋର ପ୍ରିୟାକୁ ରଙ୍ଗେ ଭରି
କୋଇଲି ତାକୁ ଆଣିବ ଡ଼ାକି ପାସେ ମୋ ଥିରି-ଥିରି
ପିନ୍ଧାଇଦେବି ହାତେ ତାର ସୁହାଗ ଶଙ୍ଖା, ଚୁଡ଼ି
ସେ ଚୁଡ଼ି ସାଥେ ବାନ୍ଧିଦେବି ମୋ ଜୀବନ ଡୋରି
ଲାଜେ ସେ ମଥା ପୋତି
ଲାଜେ ସେ ମଥା ପୋତି
ଚୁପି-ଚୁପି ହସୁଥିବ
ଝରିପଡୁଥିବ ହୀରା, ମୋତି
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକି ମଉନାବତି
ଏମିତି ଯଦି ମିଳିବ ସାଥି
ମଧୁ ବରଷିବ ରାତି, ରାତି
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକି ମଉନାବତି
ଏମିତି ଯଦି ମିଳିବ ସାଥି
ମଧୁ ବରଷିବ ରାତି, ରାତି
ରୂପ ହୋଇଥିବ ଲାବଣ୍ୟବତୀ