Skip to content
Lyric
Dive
Public playlists
My playlists
Search
Sign in
Shrikrushnara Banshi
Akshaya Mohanty
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଶ୍ରୀକୃଷ୍ଣର ବଂଶୀ ଧ୍ୱନି ଶୁଣି
ଥକିତ ହେଲେ ଯମୁନା ପାଣି
ମୃଗ ମାନେ ତୃଣ ଚାପିଣ ରହିଲେ
ଭାଙ୍ଗିଗଲା ତାଙ୍କ ବାଙ୍କ ଚାହାଣି
ବଂଶୀ ସ୍ଵନ, ଆଉ ନ ବଜା, ନ ବଜା ଶ୍ୟାମ ଘନ ହେ
ଜଳ ଛାଡି ମୀନ ତଳେ ପଡ଼ି
ବୃକ୍ଷ ରୂପ ତର ଗଲା ଝଡ଼ି
ଶୁଷ୍କ ତରୁ ମାନେ ପଲ୍ଲବୀତ ହେଲେ
କୂଳବଧୁ ଗଲେ ଲାଜ ଛାଡି
ବଂଶୀ ସ୍ଵନ, ଆଉ ନ ବଜା, ନ ବଜା ଶ୍ୟାମ ଘନ ହେ
କାଷ୍ଠ ପିତୁଳିର ପ୍ରାୟେ ହୋଇ
ସହସ୍ର ଗୋପୀ ରହିଲେ ଚାହିଁ
ଭଣି ସାଲବେଗ ବଂଶୀରେ ସରଣ
ରାଧା କୃଷ୍ଣ ବିନୁ ଅନ୍ୟ ନାହିଁ
ବଂଶୀ ସ୍ଵନ, ଆଉ ନ ବଜା, ନ ବଜା ଶ୍ୟାମ ଘନ ହେ
ଆଉ ନ ବଜା, ନ ବଜା ଶ୍ୟାମ ଘନ ହେ