Skip to content
Lyric
Dive
Public playlists
My playlists
Search
Sign in
Manabaiee
Dukhishyam Tripathy
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଜଗତର ନାଥ କାଳିଆ ସାଆନ୍ତ
ଚରଣେ ଏ ଚିତ୍ତ ଥାଉ
ସମ ଦୃଷ୍ଟି ଦିଆ ଠାକୁର ଆନକେ
ତୁମ୍ଭ ସରି ଅଛି ଆଉ ମହାବାହୁ ହେ
ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ
ରେ, ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ
ସିଂହ ଦୁଆରକୁ ଅନା ଥକା ନୟନ ମେଲାଇ, ଥକା ନୟନ ମେଲାଇ
ଅରୁଣ ସ୍ତମ୍ଭ ପାଶେ ଥାଇ
ରେ, ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ
ବାଇଶି ପାହାଚେ ଲୋକ ଭିଡ଼ ଲାଗିଛି
ସାହାଣ ମେଲା ବେଳ ତ ଗଡ଼ି ଯାଉଛି
ବାଇଶି ପାହାଚେ ଲୋକ ଭିଡ଼ ଲାଗିଛି
ସାହାଣ ମେଲା ବେଳ ତ ଗଡ଼ି ଯାଉଛି
ହସି ପଣ୍ଡା ସେବକେ କରେ ଗୁଡୁଆ ଧରି
ମଉଜେ ଆସୁଛନ୍ତି ଦେଉଳରୁ ବାହାରି
ଚାଲିଛନ୍ତି ଜାତିଏ ଗହଳି ଠେଲି-ପେଲି
ମଥାରେ କେ ପାହାଚ ଧୂଳି ଦିଏ ଛୁଇଁ
ରେ, ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ
ରେ, ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ
ଶଙ୍କର ଗୋସାଇଁ ରାମାନୁଜ ସହିତେ
ନାନକ କବିର ଆଦି ଯେତେ ଭକତେ
ଶଙ୍କର ଗୋସାଇଁ ରାମାନୁଜ ସହିତେ
ନାନକ କବିର ଆଦି ଯେତେ ଭକତେ
ଆସି ଏ ନୀଳାଚଳେ, ଜଗବନ୍ଧୁ ସେ ବିଲେ
ମୋହଦଧି ନୀରରେ ଗାଧୋଇ ଧନ୍ୟ ହେଲେ
ଗମ୍ଭୀରାରେ କୀର୍ତ୍ତନ, ପଦା ବଳି ଭଜନ
ଗଉରାଙ୍ଗ କଳାବଦନ ଛବି ଚାହିଁ
ରେ, ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ
ରେ, ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ
ସିଂହ ଦୁଆରକୁ ଅନା ଥକା ନୟନ ମେଲାଇ, ଥକା ନୟନ ମେଲାଇ
ଅରୁଣ ସ୍ତମ୍ଭ ପାଶେ ଥାଇ
ରେ, ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଇ