Skip to content
Lyric
Dive
Public playlists
My playlists
Search
Sign in
Baramasi
Humane Sagar • Jyotirmayee Nayak
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମନ-ଲୋଭା ମୁହଁ ତୋର ଯେବେ-ଯେବେ ଦିଶେ
ସେ ମୁହଁର ଆରପାରେ ପୃଥିବୀ ମୋ ହସେ
ହଁ, ଜହ୍ନ ଯେବେ ଉଇଁଯାଏ ତୋ ପ୍ରେମ ଆକାଶେ
ମାନିନିଏ ମନ ମୋର ମହ-ମହ ବାସେ
ତୋତେ ଦେଖି ମେଘ ରାଜା ଈର୍ଷାରେ ଜଳୁଛି ବସି
ବର୍ଷାଠାରୁ ପ୍ରେମ ତୋର ଦାମୀ ଲାଗେ କାଳେ ବେସି
ସେଥିପାଇଁ ସେ ତତେ ଛୁଇଁକି...
ଯାଏ ଅଦିନେ ବରଷି
ହାଏ-ହାଏ ରେ, ହାଏ ରେ, ମୋ ବାରମାସୀ
ମରି ଯାଏ ଜହ୍ନ ଲାଜେ, ତୁ ଦେଲେ ହସି
ହାଏ-ହାଏ ରେ, ହାଏ ରେ, ମୁଁ ତୋ ବାରମାସୀ
ପ୍ରେମ ତୋର ଦେଲା ଆଣି ମୋତେ ସବୁ ଖୁସି
ଯେବେଠାରୁ ଆଖି ଦେଖୁଛି ସପନ
ତା ଆଗରୁ ଆସି ତୁ ଅଛୁ ସେଠି
ହଁ, ତତେ ଦେଖି-ଦେଖି ଜିଇବା ଶିଖିଛି
ତୁ ଖାଲି ମୋର, ଥିଲେ ଥା ଯେଉଁଠି
ଆଖି ତୋର ଲାଜେ-ଲାଜେ ଚୋରା କଥା ଦିଏ କହି
ଆଉ କିଛି କଥା ବୋଧେ ବାକି ଅଛି ଓଠ ପାଇଁ
ତୋତେ ପାଇରେ ଏବେ ଲାଗେ ରେ...
ଜହ୍ନ ଗଲା ହାତେ ଖସି
ହାଏ-ହାଏ ରେ, ହାଏ ରେ, ମୋ ବାରମାସୀ
ମରିଯାଏ ଜହ୍ନ ଲାଜେ, ତୁ ଦେଲେ ହସି
ହାଏ-ହାଏ ରେ, ହାଏ ରେ, ମୁଁ ତୋ ବାରମାସୀ
ପ୍ରେମ ତୋର ଦେଲା ଆଣି ମୋତେ ସବୁ ଖୁସି
ନିସା-ସା, ନିପା-ପାନିଧା, ଗାଗା-ମାଗା-ମାଗା-ସା
ନିସା-ସା, ନିପା-ପାନିଧା, ଗାଗା-ମାଗା-ମାଗା-ସା
ଆ-ଆ-ଆ
ଆ-ଆ-ଆ
ଯାହାର ନାଁ ବି ଶୁଣିଲେ କାହିଁକି
ଲାଗୁଛି ରେ ସିଏ ତୋ ନାଁ ପରି?
ହୋ, ନିଦ-ଗାଁ ସାରା ଖାଲି ତୋ ଚେହେରା
ସପନ ବାସୁଛି ତୋ ଦେହ ଭଳି
ମନ ତୋର ମହକୁଛି ମୋ ଛାତିରେ ରହି-ରହି
ତୋତେ ଯେତେ ଭାବିଲେ ବି ଭାବନା ମୋ ସରୁନାହିଁ
ଟିକେ ଖୁସିରେ ମନ ଝୁମୁଛି
ସତେ ପ୍ରେମଋତୁ ଗଲା ଆସି
ହାଏ, ମୁଁ ତୋ ବାରମାସୀ
ପ୍ରେମ ତୋର ଦେଲା ଆଣି ମୋତେ ସବୁ ଖୁସି
ହାଏ, ହାଏ ରେ, ହାଏ, ବାରମାସୀ
ମରିଯାଏ ଜହ୍ନ ଲାଜେ, ତୁ ଦେଲେ ହସି