Skip to content
Lyric
Dive
Public playlists
My playlists
Search
Sign in
Nida Mausi Lo Nida Mausi
Namita Agrawal
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ନିଦ ମାଉସୀ ଲୋ ନିଦ ମାଉସୀ
ମୋ ଜଗାକୁ ଲୋ ଜର ହେଇଛି
ନିଦ ମାଉସୀ ଲୋ ନିଦ ମାଉସୀ
ମୋ ଜଗାକୁ ଲୋ ଜର ହେଇଛି
ଦେ ଶ୍ରୀଅଙ୍ଗ ଆଉଁସି ତାର
ଶୋଇଗଲେ ଧନ ମୋର
ଛାଡ଼ିଯିବ ଜର ତାର
ଶୋଇଗଲେ ଧନ ମୋର
ଛାଡ଼ିଯିବ ଜର ତାର
ଭକ୍ତ ମେଳେ ମହାସ୍ନାନ କରିଲା
ହେଲା ଜର ଅଣସରେ ରହିଲା
ଭକ୍ତ ମେଳେ ମହାସ୍ନାନ କରିଲା
ହେଲା ଜର ଅଣସରେ ରହିଲା
ସୁଖୀ ଗଲାଣି ଶ୍ରୀମୁଖ ତାର
ଶୋଇଗଲେ ଧନ ମୋର
ଛାଡ଼ିଯିବ ଜର ତାର
ଧୋ ରେ ବାଇୟା, ଧୋ ରେ ଧୋ
ଜଗା ମୋର ଶୋ ରେ ଶୋ
ଧୋ ରେ ବାଇୟା, ଧୋ ରେ ଧୋ
ଜଗା ମୋର ଶୋ ରେ ଶୋ
ମୋ ଧନ ପାଇଁ ସବୁ ଖଞ୍ଜା
ପଟି ଦିଅଁ ରୂପେ ପାଏ ପୂଜା
ଦଇତା ସାଙ୍ଗକୁ ପତି ମହାପାତ୍ର
କରୁଛନ୍ତି ଗୁପ୍ତସେବା
ମୋ ଧନ ପାଇଁ ସବୁ ଖଞ୍ଜା
ପଟି ଦିଅଁ ରୂପେ ପାଏ ପୂଜା
ଦଇତା ସାଙ୍ଗକୁ ପତି ମହାପାତ୍ର
କରୁଛନ୍ତି ଗୁପ୍ତସେବା
ଭୋଗ ଲାଗେ ଲିଆଛତୁ, ପଣସ
ସର, ଛେନା ଯାଏଁ ଫଳ ନବାତ
ପଣା ପିଇ ମୁଖ ଦିଶେ ମଳିନ
ଶୋଇଗଲେ ଧନ ମୋର
ଛାଡ଼ିଯିବ ଜର ତାର
ଧୋ ରେ ବାଇୟା, ଧୋ ରେ ଧୋ
ଜଗା ମୋର ଶୋ ରେ ଶୋ
ଓଦା ବସ୍ତ୍ର ଫିଟା ଦ୍ଵିତୀୟାରେ
ତେଲ ଲାଗି ହେଲା ପଞ୍ଚମୀରେ
ଫୁଲୁରୀ ତେଲକୁ ଅଶୁଅ ମୋଦକ
ଭଲ ହୁଏ ଧିରେ-ଧୀରେ
ଓଦା ବସ୍ତ୍ର ଫିଟା ଦ୍ଵିତୀୟାରେ
ତେଲ ଲାଗି ହେଲା ପଞ୍ଚମୀରେ
ଫୁଲୁରୀ ତେଲକୁ ଅଶୁଅ ମୋଦକ
ଭଲ ହୁଏ ଧିରେ-ଧୀରେ
ଦଶମୀରେ ଚକା ବିଜେ କରିବ
ଏକାଦଶୀରେ ଚନ୍ଦନ ଲାଗିବ
ଚତୁର୍ଦ୍ଦଶୀରେ କଳାବଦନ
ହେବ ନବଯଉବନ
ଦେବ ସିଏ ଦରଶନ
ହେବ ନବଯଉବନ
ଦେବ ସିଏ ଦରଶନ
ନିଦ ମାଉସୀ ଲୋ ନିଦ ମାଉସୀ
ମୋ ଜଗାକୁ ଲୋ ଜର ହେଇଛି
ନିଦ ମାଉସୀ ଲୋ ନିଦ ମାଉସୀ
ମୋ ଜଗାକୁ ଲୋ ଜର ହେଇଛି
ଦେ ଶ୍ରୀଅଙ୍ଗ ଆଉଁସି ତାର
ଶୋଇଗଲେ ଧନ ମୋର
ଛାଡ଼ିଯିବ ଜର ତାର
ଶୋଇଗଲେ ଧନ ମୋର
ଛାଡ଼ିଯିବ ଜର ତାର
ଧୋ ରେ ବାଇୟା, ଧୋ ରେ ଧୋ
ଉଁହୁଁ-ହୁଁହୁଁ-ହୁଁ-ହୁଁ-ହୁଁ