Skip to content
Lyric
Dive
Public playlists
My playlists
Search
Sign in
Rahijare Rahija
Arabinda Muduli
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ରହିଯା ତୁ ରହିଯା ରେ, ଜଗା କାଳିଆ
ବଡ଼ଦାଣ୍ଡେ ଦଣ୍ଡେ ମାତ୍ର
ହୁଅ ରେ ଠିଆ, ହୁଅ ରେ ଠିଆ, ହୁଅ ରେ ଠିଆ
ରହିଯା ତୁ ରହିଯା ରେ ଜଗା କାଳିଆ
ବଡ଼ଦାଣ୍ଡେ ଦଣ୍ଡେ ମାତ୍ର ହୁଅରେ ଠିଆ
ନନ୍ଦିଘୋଷ ରଥ ତୋର ଟାଣିବି ମୁହିଁ
ତୋ ଆଗରେ ହାତ ଟେକି ନାଚିବି ମୁହିଁ
ନନ୍ଦିଘୋଷ ରଥ ତୋର ଟାଣିବି ମୁହିଁ
ତୋ ଆଗରେ ହାତ ଟେକି ନାଚିବି ମୁହିଁ
ମନା କରିବୁନି ଚକା ଡ଼ୋଳିଆ
ଛାଡ଼ି ମୁଁ ଆସିଛି...
ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ
ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ
ରହିଯା ତୁ ରହିଯା ରେ ଜଗା କାଳିଆ
ବଡ଼ଦାଣ୍ଡେ ଦଣ୍ଡେ ମାତ୍ର ହୁଅ ରେ ଠିଆ, ହୁଅ ରେ ଠିଆ, ହୁଅ ରେ ଠିଆ
ଟାଣୁଥିବେ କେତେ ଭକ୍ତ ତୋ ରଥ ଦଉଡ଼ି
ଆସୁଥିବ ନନ୍ଦିଘୋଷ ବଡ଼ଦାଣ୍ଡେ ଗଡି
ଶୁଭୁଥିବ ଘଣ୍ଟ, ଘଣ୍ଟା, କାହାଳୀ ଶବଦ
ଶୁଭୁଥିବ ଘଣ୍ଟ, ଘଣ୍ଟା, କାହାଳୀ ଶବଦ
ସେ ଶବଦେ କାନ ମୋର ହୋଇବ ପବିତ୍ର
ସେ ଶବଦେ କାନ ମୋର ହୋଇବ ପବିତ୍ର
ବହୁଦୂର ବଡ଼ଦାଣ୍ଡ ଆଖି ପାଉନି
କେମିତି ଦେଖିବି ଚକାନୟନ ମୁହିଁ?
ବହୁଦୂର ବଡ଼ଦାଣ୍ଡ ଆଖି ପାଉନି
କେମିତି ଦେଖିବି ଚକାନୟନ ମୁହିଁ?
କରୁଣା କରିଦେ ଆହା, କରୁଣା କରିଦେ ନୀଳା ଚଳିଆ
ଛାଡ଼ି ମୁଁ ଆସିଛି...
ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ
କାଳିଆ, ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ
ରହିଯା ତୁ ରହିଯା ରେ ଜଗା କାଳିଆ
ବଡ଼ଦାଣ୍ଡେ ଦଣ୍ଡେ ମାତ୍ର ହୁଅ ରେ ଠିଆ, ହୁଅ ରେ ଠିଆ, ହୁଅ ରେ ଠିଆ
କଳା ବଦନକୁ ତୋର ଦେଖିବାକୁ ମନ
ବଳିଛି ଇଚ୍ଛା ମୋହର ହେ କଳା-ବଦନ
ନାହିଁ ମୋର କେହି ସାହା, କରିବାକୁ ଆହା
ତୁହି ଦୀନବନ୍ଧୁ ମୋର ବଳିଆର ବାହା
ତୁହି ଦୀନବନ୍ଧୁ ମୋର ବଳିଆର ବାହା
ତୋର ନାମ ଗାଇ-ଗାଇ ଯାଉଛି ମୁହିଁ
କହେ କବି ଶଶୀ ଟିକେ ରହ କହ୍ନେଇ
ତୋର ନାମ ଗାଇ-ଗାଇ ଯାଉଛି ମୁହିଁ
କହେ କବି ଶଶୀ ଟିକେ ରହ କହ୍ନେଇ
ଏତିକି ମିନତି ଆହା
ଏତିକି ମିନତି ଗଳା ମାଳିଆ
ଛାଡ଼ି ମୁଁ ଆସିଛି...
ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ
କାଳିଆ, ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ
ରହିଯା ତୁ ରହିଯା ରେ
ରହିଯା ତୁ ରହିଯା ରେ ଜଗା କାଳିଆ
ବଡ଼ଦାଣ୍ଡେ ଦଣ୍ଡେ ମାତ୍ର ହୁଅ ରେ ଠିଆ, ହୁଅ ରେ ଠିଆ, ହୁଅ ରେ ଠିଆ, ହୁଅ ରେ ଠିଆ