Skip to content
Lyric
Dive
Public playlists
My playlists
Search
Sign in
To Mathare Tikili
S Jitu
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଅଳସ ଭାଙ୍ଗୁଛି ଅଳସୀ, ଲାଗୁଛି ସତେ ପରୀ
ସକାଳ ସୁରୂଜ ଚମକେ ତା ଗୋରା ଦେହେ ପଡ଼ି
ନୂଆ-ନୂଆ ଲାଗେ ଏ ପ୍ରେମ, ଗୋଡ଼ ମୋ ଯାଏ ଖସି
କଉ ରାଜାପୁଅ ମୋ ପାଇଁ ଆସିବ ଘୋଡ଼ାରେ ବସି?
ଆମ ଗାଆଁରେ ତୋ ପରି କେହି ନାହିଁ
ତୁ ପାଦ ଗଣି ଚାଲୁ ନଇଁ-ନଇଁ
ଆମ ଗାଆଁରେ ତୋ ପରି କେହି ନାହିଁ
ତୁ ପାଦ ଗଣି ଚାଲୁ ନଇଁ-ନଇଁ
ଭାରି ଅବୁଝା ତୋ କଥାକୁହା ଆଖି
ହେଲେ ବୁଝିହୁଏ ତୋର ଚାହାଣି
ତୋ ମଥାର ଟିକିଲି, ହଁ, ଟିକିଲି, ହଁ, ଟିକିଲି
ତୋ ମଥାର ଟିକିଲି ଭଲ ଲାଗୁନି
ମୁଁ ସିନ୍ଦୂର ଆଣିଛି କିଣି
ମୋ ମଥାରେ ଟିକିଲି ଭଲ ଲାଗୁନି
ତୁ ସିନ୍ଦୂର ଆଣିବୁ କିଣି
ଆଇନା ଆଗରେ ବସି, ମୁରୁକି ଦଉଚୁ ହସି
ଆର ସନ ତତେ ମୋ ଘରକୁ ନେବି, ସୁନା ପାଲିଙ୍କିରେ ଆସି
ମାଗିନି ମୁଁ ହୀରା, ମୋତି, ମାଗିନି ମୁଁ ଘୋଡ଼ା, ହାତୀ
ହୃଦୟରେ ଛୋଟ ଜାଗାଟିଏ ଦେଲେ ପାଇଯିବି ସବୁ ଖୁସି
ତୋର ଲାଜୁଆ-ଲାଜୁଆ ଦୁଇଆଖି
ଲକ୍ଷେ ଚାନ୍ଦକୁ ଠାରରେ ଦିଏ ଡ଼ାକି
ତୋର ଲାଜୁଆ-ଲାଜୁଆ ଦୁଇଆଖି
ଲକ୍ଷେ ଚାନ୍ଦକୁ ଠାରରେ ଦିଏ ଡ଼ାକି
କାଳେ ସେ ଚାନ୍ଦର ନଜର ଲାଗିବ
ଏକୁଟିଆ ତୁ କେବେ ଯିବୁନି
ତୋ ମଥାର ଟିକିଲି, ହଁ, ଟିକିଲି, ହଁ, ଟିକିଲି
ତୋ ମଥାର ଟିକିଲି ଭଲ ଲାଗୁନି
ମୁଁ ସିନ୍ଦୂର ଆଣିଛି କିଣି
ମୋ ମଥାରେ ଟିକିଲି ଭଲ ଲାଗୁନି
ତୁ ସିନ୍ଦୂର ଆଣିବୁ କିଣି
ପହିଲି ଫଗୁଣ ମତେ ଧିରେ-ଧିରେ ଛୁଇଁଯାଏ
ପ୍ରେମ ମହୁମାଛି ଗୁଣୁଗୁଣୁ ହେଇ କେତେକଥା କହିଦିଏ
ହେ, ଭାବନା ରାଇଜେ ତୋର ଛବିଟିଏ ଆଙ୍କିଦେଇ
ଲେଖିବାକୁ ଇଛା ସେ ଛବିକୁ ଦେଖି କବିର କଲମ ଏଇ
ମୁଁ ଆମ ଗାଆଁ ଅଲିଅଳି ଝିଅ
ମତେ ସମ୍ଭାଳି ପାରିବୁ ଯଦି କହ
ମୁଁ ଆମ ଗାଆଁ ଅଲିଅଳି ଝିଅ
ମତେ ସମ୍ଭାଳି ପାରିବୁ ଯଦି କହ
ବାରମାସୀ ପରି ମୋ ମନ ଚଢ଼େଇ
ଉଡ଼ିଯିବ କେବେ ମୁଁ ଜାଣିନି
ମୋ ମଥାରେ ଟିକିଲି, ହଁ ଟିକିଲି, ହଁ ଟିକିଲି
ମୋ ମଥାରେ ଟିକିଲି ଭଲ ଲାଗୁନି
ତୁ ସିନ୍ଦୂର ଆଣିବୁ କିଣି
ହାଏ, ତୋ ମଥାର ଟିକିଲି ଭଲ ଲାଗୁନି
ମୁଁ ସିନ୍ଦୂର ଆଣିଛି କିଣି
ମୋ ମଥାରେ ଟିକିଲି ଭଲ ଲାଗୁନି
ତୁ ସିନ୍ଦୂର ଆଣିବୁ କିଣି
ତୋ, ତୋ, ତୋ, ତୋ ମଥାର ଟିକିଲି ଭଲ ଲାଗୁନି
ମୁଁ ସିନ୍ଦୂର ଆଣିଛି କିଣି