Manika Alo Alo Manika
Chittaranjan Jena, Mohd. Habib
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ମାଣିକ, ଆଲୋ-ଆଲୋ ମାଣିକ
ହେ ମୋର ମାଣିକ
କାହିଁକି ଶୁଖିଛି ତୋ ଚନ୍ଦ୍ରମୁଖ?
ଆସିବେ ବୋଲିକି ବ୍ରଜ ରସିକ
ମାଣିକ, ଆଲୋ-ଆଲୋ ମାଣିକ
ହେ ମୋର ମାଣିକ
ମାଣିକକୁ କିଏ ମାଇଲା ମାଡ଼
ଭାଙ୍ଗି ପକାଇଲା ପଞ୍ଜରା, ହାଡ଼
ଆମ ମାଣିକତ ମୁଖ ଜଟକି
ଗାଁ ଝିଅ ଯେତେ ବାନ୍ଦର ମୁଖି
ମାଣିକ ଆମର ସୁନା କନିଆ
ସାଇ-ପୋଡ଼ିଷାଙ୍କ ମୁହଁରେ ନିଆଁ
ହଜି ଯାଇଥିଲେ ଖୋଜି ଆଣିବୁ
ଭାଙ୍ଗି ଯାଇଥିଲେ ଗଢ଼ାଇ ଦେବୁ
ହସିଦେ ଅଳପ ଯାଉଲୋ ଦୁଃଖ
ମାଣିକ, ଆଲୋ-ଆଲୋ ମାଣିକ
ଏ ମୋର ମାଣିକ
ଭୂଇଁରୁ ଜନକ ପାଇଲେ ସୀତା
ପାଳିଲେ ନିଜର କରି ଦୁହିତା
ସୀତା ବିଭା ଲାଗି ଋଷି ପ୍ରବର
କଲେ ସ୍ୱୟଂବର ହୋଇ ଆତୁର
ଶେଷେ ଯାହା ସେ କଲେ କନ୍ୟାଦାନ
ରାମଚନ୍ଦ୍ର ସେତ ରଘୁ ନନ୍ଦନ
ଆଣିଚୁ ତତେଲୋ ପାଣିରୁ ଛାଣି
ରାଜା ହାତେ ଦେଇ କରିବୁ ରାଣୀ
ଭୁଲି ନଯିବୁଲୋ ସିନିହ ଟିକ
ମାଣିକ, ଆଲୋ-ଆଲୋ ମାଣିକ
ହେ ମୋର ମାଣିକ
କାହିଁକି ଶୁଖିଛି ତୋ ଚନ୍ଦ୍ରମୁଖ?
ଆସିବେ ବୋଲିକି ବ୍ରଜ ରସିକ
ମାଣିକ, ଆଲୋ-ଆଲୋ ମାଣିକ
ହେ ମୋର ମାଣିକ
ମୁଁ ଦେବି ଆଣି ମଥାକୁ ମଣି
ହାତେ ବଟଫଳ ତୋର
ମୁଁ ଦେବି ଚୁଡ଼ି, ଗଳାକୁ ମାଳି
ପଟିକୁ ଚନ୍ଦର ହାର
ମୁଁ ଦେବି ନୁପୁର, ମୁଁ ଦେବି ପାହୁଡ଼
ମୁଁ ଦେବି ସିନ୍ଦୁର, ମୁଁ ଦେବି କଜଳ
ମୁଁ ଦେବି, ମୁଁ ଦେବି, ମୁଁ ଦେବି, ମୁଁ ଦେବି, ମୁଁ ଦେବି, ମୁଁ ଦେବି
ମୁଁ, ମୁଁ, ମୁଁ, ମୁଁ
ମାଣିକ, ଆଲୋ-ଆଲୋ ମାଣିକ
ହେ ମୋର ମାଣିକ